ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

0

  • ଭୁବନେଶ୍ୱର//TATKAL ODISHA//

 ଭାରତ ମହାସାଗର ଓ ତାର  ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଛି I ଆଗାମୀ 48 ଘଣ୍ଟା ଭିତରେ ତାହା ଘନୀଭୂତ ହୋଇପାରେ I ଏଥିଯୋଗୁଁ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ କୋହଲା ସାଙ୍ଗକୁ ବର୍ଷା ହୋଇପାରେ I ହେଲେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ  ଆକଳନ କରାଯାଇ ନାହିଁ I 

   ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଏହି ସୂଚନା ଦେଇଛି I ଆଇଏମଡି କହିଛି ଯେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ବି ସାଧାରଣତଃ ଓଡିଶା ମୁହାଁ ହୋଇନଥାଏ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାପରେ ଏହାର ଗତିପଥ ସ୍ପଷ୍ଟ ହେବ । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ଲଘୁଚାପର ପ୍ରଭାବ ପରେ ପାଗ ଥଣ୍ଡା ରହିବ I 

Leave A Reply

Your email address will not be published.