ଏଣିକି ରବିବାରରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଅନୁମତି

0
  • ଉଠିଲା କଟକଣା, ମାର୍ଚ୍ଚ 20ରୁ ଲାଗୁ

ପୁରୀ,ଭୁବନେଶ୍ୱର//TATKAL ODISHA//

  ମାର୍ଚ୍ଚ 20ରୁ ଶ୍ରୀମନ୍ଦିରରୁ ସମ୍ପୂର୍ଣ୍ଣ କରୋନା କଟକଣା ଉଠିଯିବ I ଭକ୍ତମାନେ ରବିବାର ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ I

 ଛତିଶା ନିଯୋଗ ବୈଠକ ଶେଷରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମେ ମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ପଡୁଥିଲା I ଏଥିସହିତ ମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ଦିନ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ତାହା ଉଠାଇ ଦିଆ ଯାଇଛି I ଭକ୍ତମାନେ ପହୁଡ ଖୋଲିବା ଠାରୁ ଶ୍ରୀଜୀଉମାନଙ୍କ ପହୁଡ ପଡିବା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ପାଇବେ ।

ଏହି ନିଷ୍ପତ୍ତି ପରେ ରାଜ୍ୟ ତଥା ଦେଶ ବିଦେଶରୁ ଭକ୍ତମାନେ ଖୁସିର ଆତ୍ମହରା ହୋଇଛନ୍ତି I 

Leave A Reply

Your email address will not be published.