ପିଣ୍ଟୁ ମିଶ୍ରଙ୍କ ବିରଳ ରେକର୍ଡ, 200 STUDIO ସ୍ଥାପନା ଖୁବଶୀଘ୍ର

0

  • କଟକ, କୋରାପୁଟ,ଭୁବନେଶ୍ୱର //TATKAL ODISHA//


ଅଡିଓ STUDIO ସ୍ଥାପନା କରି ସର୍ବଭାରତୀୟ ସ୍ତରରେ ନୂଆ ରେକର୍ଡ ସୃଷ୍ଟି କରିଥିବା ଓଡ଼ିଆ ପୁଅ ପିଣ୍ଟୁ ମିଶ୍ର ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି I କୋରାପୁଟ ଜିଲ୍ଲା ଜୟପୁରସ୍ଥ ନୂଆ studioକୁ ମିଶାଇ 181 studio ସ୍ଥାପନା କରିଥିଲେ ହେଁ ପାଇପଲାଇନରେ ଆଉ 19ଟି ରହିଛି I

ଖୁବଶୀଘ୍ର ତାହା 200 ଅତିକ୍ରମ କରିବ I ନୂଆ ରେକର୍ଡ ସୃଷ୍ଟି ହେବ I studio ସ୍ଥାପନାରେ ତାଙ୍କର ବୈଷୟିକ ଜ୍ଞାନ ଅନନ୍ୟ I

   କଟକ ଖପୁରିଆରେ ରହୁଥିବା ପିଣ୍ଟୁ ମିଶ୍ର  ପିଲା ଦିନରୁ ଧ୍ୱନୀ ଓ ଶବ୍ଦକୁ ନେଇ ବିଭିନ୍ନ ପରୀକ୍ଷା -ନିରୀକ୍ଷା କରୁଥିଲେ I ତାହା ଏମିତି ହେଲା ସେହି ଶବ୍ଦ ହିଁ ତାଙ୍କ କ୍ୟାରିଅର ବନି ଗଲା I

ସେ ପ୍ରତିଷ୍ଠା ଅର୍ଜନ କଲେ ଏବଂ ରାତାରାତି ହୋଇଗଲେ ଜଣେ ଆଗ ଧାଡ଼ିର “ସାଉଣ୍ଡ ରେକଡ଼ିଷ୍ଟ” I

ଜୟପୁରର ନୂଆ studio

 ‘ SOUND WAVE’ ନାମରେ ଗୋଟିଏ STUDIO ପ୍ରତିଷ୍ଠା କରିବା ସହିତ ଶ୍ରୀ ମିଶ୍ର ରାଜ୍ୟ ତଥା ଦେଶରେ ବର୍ତ୍ତମାନ ସୁଦ୍ଧା 181ଟି STUDIO ପ୍ରତିଷ୍ଠା କରି ନୂଆ ରେକର୍ଡ କରିଛନ୍ତି I ନିକଟରେ ଜୟପୁରରେ STUDIO ପ୍ରତିଷ୍ଠା ହୋଇଛି I ଆଗାମୀ ଦିନରେ ଆହୁରି ଅଧିକ studio ପ୍ରତିଷ୍ଠା କରାଯିବ I 

ଓଡ଼ିଶା ବ୍ୟତୀତ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତର -ପୂର୍ବାଞ୍ଚଳ ରାଜ୍ୟରେ studio ପ୍ରତିଷ୍ଠା କରିଛନ୍ତି 

  TATKAL ODISHAକୁ  ବିଶେଷଜ୍ଞ ‘ସାଉଣ୍ଡ ରେକଡ଼ିଷ୍ଟ’ ପିଣ୍ଟୁ ମିଶ୍ର  କହନ୍ତି, ବର୍ତମାନ ସୁଦ୍ଧା ମୁଁ ପ୍ରାୟ 25 ହଜାରରୁ ଅଧିକ ଗୀତ ରେକର୍ଡ଼ିଂ କରିବା ସହ ଶତାଧିକ ଚଳଚିତ୍ର, ନାଟକ ଓ ପ୍ରାମାଣିକ ଚିତ୍ର ପାଇଁ ବି କାର୍ଯ୍ୟ କରିଛି I ଜୀବନର ଶେଷ ମୁହୁର୍ତ ଯାଏ ଶବ୍ଦ ସହିତ ଖେଳିବାକୁ ମୁଁ ଭଲ ପାଇବି I

ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ପିଣ୍ଟୁ ବାବୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବ I

  • ପିଣ୍ଟୁ ବାବୁଙ୍କ ଉପରେ TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ..

STUDIO ପ୍ରତିଷ୍ଠା କରି ପିଣ୍ଟୁ ମିଶ୍ରଙ୍କ ରେକର୍ଡ

STUDIO ପ୍ରତିଷ୍ଠା କରି ପିଣ୍ଟୁ ମିଶ୍ରଙ୍କ ରେକର୍ଡ

Leave A Reply

Your email address will not be published.