ଆରପାରିରେ ବଲିଓଡ଼ର ‘ଗୋଲଡେନ ମ୍ୟାନ’ ବାପି ଲାହିରି

0

* ମୁମ୍ବାଇ//TATKAL ODISHA// 

* ରିପୋର୍ଟ //କଳାକୃଷ୍ଣ ମହାରଣା//

 ବଲିଉଡର ସଙ୍ଗୀତ ଚର୍ଚ୍ଚିତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ବାପି ଲାହିରି ଆଉ ଇହଜଗତରେ ନାହାନ୍ତି I ମୁମ୍ବାଇ ଜୁହୁ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବାବେଳେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା I

 କଲିକତାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଲାହିରି ବଲିଉଡର ଥିଲେ ପ୍ରଥମ ରକ୍ ଷ୍ଟାର ସିଙ୍ଗର।ଶତାଧିକ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ I ତାହା  ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ ।

2021ରେ ସେ ଜାଗର ଦିନ ଭୁବନେଶ୍ୱର ଆସି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭଜନ ବୋଲି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I

ଲାହିରି ‘ଗୋଲଡେନ ମ୍ୟାନ’ ଭାବେ ବେଶ ପରିଚିତ ଥିଲେ I ସୁନା ପିନ୍ଧିବା ଓ ଚଷମା ଲଗାଇବା ପସନ୍ଦ କରୁଥିଵା ଲାହିରି ବେକରେ ମୋଟା ମୋଟା ଚେନ୍, ହାତ ଆଙ୍ଗୁଠିରେ ବଡ଼ ବଡ଼ ସୁନା ମୁଦି ସମେତ ସୁନା ଅଳଙ୍କାର ପିନ୍ଧିବା ତାଙ୍କର ସଉକ ଥିଲା । 


ସ୍ବର୍ଗତ ଲାହିରିଙ୍କ ମୃତ୍ୟୁ ପାଇଁ କେବଳ ବଲିଉଡରେ ନୁହେଁ ଓଡିଶାରେ ବି ଶୋକର ଛାୟା ଖେଳିଯାଇଛି ।

ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଙ୍ଗୀତ ନିର୍ଦ୍ଦେଶକ, ପ୍ରଯୋଜକ, ଚଳଚ୍ଚିତ୍ର ଦୁନିଆର ବିଶିଷ୍ଟ ବ୍ୟକ୍ତି ବାପି ଲାହାରିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । 

Leave A Reply

Your email address will not be published.