ଆରପାରିରେ ମହାଭାରତ ‘ଭୀମ’ ପ୍ରବୀଣ କୁମାର

0


ଭୁବନେଶ୍ୱର//TATKAL ODISHA//


 ଲୋକପ୍ରିୟ ପୌରାଣିକ ଧାରାବାହିକ ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆଉ ଇହଜଗତରେ ନାହାନ୍ତି I  ମୃତ୍ୟୁ ବେଳକୁ ତାଙ୍କୁ  ୭୪ ବର୍ଷ ବର୍ଷ ବୟସ ହୋଇଥିଲା I
 ବିଶିଷ୍ଟ ପ୍ରଯୋଜକ ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣ ଭୀମ ଚରିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ I ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ I  ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଉଥିଲା।


୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରବୀଣ କୁମାର  ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଡିସ୍କସ୍ ଥ୍ରୋ ଆଥଲେଟ୍ ଥିଲେ।ଅନେକ ଫିଲ୍ମରେ ଖଳନାୟକ ବା ଅଙ୍ଗରଖୀଙ୍କ ଚରିତ୍ରରେ ଦେଖିବାକୁ ମିଳୁଥିଲା।

ଏସିଆନ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ। ଏହା ସହ ସେ ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିଖ ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ଜଣେ ବିଏସ୍ଏଫ୍ ଯବାନ ଭାବେ ମଧ୍ୟ କାମ କରିଥିଲେ। ୬ଫୁଟ୍ ୬ଇଞ୍ଚ ଥିବା ପ୍ରବୀଣଙ୍କ  ଅଭିନୟ କରିବା ପୂର୍ବରୁ ସେ ଜଣେ ବିଏସ୍ଏଫ୍ ଯବାନ ଭାବେ ମଧ୍ୟ କାମ କରିଥିଲେ। ଏହା ପରେ ତାଙ୍କ ଉଚ୍ଚତା ଦେଖି ତାଙ୍କୁ ଭୀମ ଚରିତ୍ର ଅଫର କରାଯାଇଥିଲା ବୋଲି ଜଣାପଡ଼ିଛି।

Leave A Reply

Your email address will not be published.