ମାର୍ଚ୍ଚ ୫ ସୁଦ୍ଧା ସ୍କୁଲ, କଲେଜକୁ ଜମି ପଟ୍ଟା

0

  • ଲଘୁ ଖଣିଜ ଉତ୍ସଗୁଡ଼ିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରାଯିବ
  • ୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ବନୀକରଣ
  • ବିଭିନ୍ନ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହେବ


ଭୁବନେଶ୍ୱର,//TATKAL ODISHA//


 ସ୍କୁଲ ଓ କଲେଜଗୁଡ଼ିକୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ ରାଜସ୍ୱ ବିଭାଗ ନିର୍ଦ୍ଦେଶରେ ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଯୁକ୍ତ-୨ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷ, ତହସିଲଦାର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ କମିଟି ଗଠନ ହୋଇଛି । ଉକ୍ତ କମିଟି ରିପୋର୍ଟ ଅଧାରରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଆସନ୍ତା ମାର୍ଚ୍ଚ ୫ରେ ସେହିସବୁ ଅନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯିବ ।
 ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଶ୍ରୀ ସାହୁ କହିଛନ୍ତି ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇ ଅଛି । ସରକାରଙ୍କର ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ ସୃଷ୍ଟି ହେବା ସହ ପରିବେଶ ସ;ୁଳନ ଦିଗରେ ଏହା ସହାୟକ ହୋଇପାରିବ ।

ଅନ୍ୟ ପକ୍ଷରେ ଏହାଦ୍ୱାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ ଜମି ଭରଣା ହେଇପାରୁଥିବାରୁ ସରକାରୀ ପ୍ରକଳ୍ପଗୁଡିକ ଅନାୟାସରେ ସମ୍ପୂର୍ଣ୍ଣ ହୋଇପାରିବ ।
 ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀମାନେ ଯୋଗଦେଇଥିଲେ ।


ରେଲ୍‌େ?ୱ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ପରି ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିିତ କରିବା ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ ।


ଲଘୁ ଖଣିଜ ପଦାର୍ଥ ଉତ୍ସଗୁିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରି ରୋକିବା ସହ ଲଘୁ ଖଣିଜ ଉତ୍ସଗୁିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ବୈଠକ କରି ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ।

Leave A Reply

Your email address will not be published.