ଆରପାରିରେ ବିହଙ୍ଗ ବିଜ୍ଞାନୀ ‘ୟୁଏନଡି’

0
  • ପୁରା ନାମ ଉଦୟ ନାରାୟଣ ଦେବ
  • ତିନି ଥର ଥିଲେ ବିଧାୟକ
  • ପରିବେଶ ସୁରକ୍ଷା ଉପରେ କାମ କରୁଥିଲେ

ଭୁବନେଶ୍ୱର, ବ୍ରହ୍ମପୁର//TATKAL ODISHA//

ଭାରତରେ ବିଶିଷ୍ଟ ପରିବେଶବିତ, ମୋହନାର ପୂର୍ବତନ ବିଧାୟକ ଏବଂ ସାନଖେମୁଣ୍ଡି ମହାରାଜା ଉଦୟ ନାରାୟଣ ଦେବ ଆଉ ଇହ ଜଗତରେ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ସ୍ବର୍ଗତ ଉଦୟ ନାରାୟଣ ଦେବ ସଂକ୍ଷେପରେ ‘ୟୁଏନଡି’ ଭାବରେ ବେଶ ପରିଚିତ ଥିଲେ I ସେ ପେସାରେ ରାଜନୀତିଜ୍ଞ ଓ ନିଶାରେ ଚଢ଼େଇ ପ୍ରେମୀ ଥିଲେ I ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ରାଜା ସାହେବଙ୍କର ବେଶେ ଖ୍ୟାତି ଥିଲା । ପରିବେଶ ଓ ଚିଲିକା  ସୁରକ୍ଷା ପାଇଁ  ସେ ପ୍ରାୟ 60 ବର୍ଷ ଧରି କାର୍ଯ୍ୟ କରୁଥିଲେ I 

ସ୍ବର୍ଗତ ଦେବ ୧୯୭୪-୧୯୭୭ ଯାଏ ଉତ୍କଳ କଂଗ୍ରେସ ଟିକେଟ୍‌ରେ ବିଧାୟକ ଥିଲେ । ୧୯୭୭ରେ ଲୋକ ଦଳ ଓ  ପରେ ୧୯୮୦ରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ  ।ତାଙ୍କ ବିୟୋଗରେ ରୈଜନୈତିକ ମହଲ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 

Leave A Reply

Your email address will not be published.