ଘର ପାଇଁ ବାସ୍ତୁ ବିଜ୍ଞାନ-2: ‘ପ୍ଲଟର ଉତ୍ତମ ଆକାର’

0
  • TATKAL ODISHAର ନୂଆ ସ୍ତମ୍ବ
  • ଇଂ ଅଜୟ ମହାପାତ୍ର, ବିଶିଷ୍ଟ ଵାସ୍ତୁବିତ
  • ++++++++++++++++++++++++++

ଘର ପାଇଁ ଉତ୍ତମ ପ୍ଲଟ ଵା ଭୂଖଣ୍ଡ

************************************************
ଗୃହ ନିର୍ମାଣ ସକାଶେ ଇଛୁକ ବ୍ୟକ୍ତିବିଶେଷଙ୍କ ସର୍ବପ୍ରଥମ ଦାୟିତ୍ଵ ଓ କର୍ତଵ୍ୟ ହେଉଛି ଉତ୍ତମ ଭୂଖଣ୍ଡ ଵା ପ୍ଲଟଟିଏ ନିରୂପଣ ବା ମନୋନୟନ କରିବା । ଏଥିପାଇଁ କେଉଁ କେଉଁ ଦିଗ ପ୍ରତି ସଚେତନଶୀଳତା ଅବଲମ୍ବନ କରିବାକୁ ହୁଏ, ସେଗୁଡ଼ିକ  ଦର୍ଶାଇ ଦିଆଯାଇଅଛି ।

  • (କ) ପାରିପାର୍ଶ୍ବକ ସୌନ୍ଦର୍ଯ୍ୟ ଗୃହକର୍ତ୍ତାଙ୍କ ଚିର ଆକର୍ଷଣକାରୀ ହେବା ଆବଶ୍ୟକ ।
  • (ଖ) ଦୁର୍ଗନ୍ଧ ଓ ଆବର୍ଜନା ପରିବେଶ ଠାରୁ ପରିକଳ୍ପିତ  ଭୂଖଣ୍ଡର ଅବସ୍ଥିତି ଦୂରରେ ରହିବା ଉଚିତ ।
  • (ଗ) ଶବ୍ଦ ପ୍ରଦୂଷଣ ଅଞ୍ଚଳ, ଯଥା – କମାରଶାଳ, ବଢ଼େଇଶାଳ, କଂସାରୀଶାଳ, କଳକାରଖାନା, ମଶାଣି, ଦେବାଳୟ ଓ ରେଳଲାଇନ ପ୍ରଭୃତି ଠାରୁ ଦୂରେଇ ରହିଥିବା ଭୂଖଣ୍ଡକୁ ଅଗ୍ରାଧିକାର ଦିଆଯିବା ଉଚିତ।
  • (ଘ) ମୁକ୍ତ ବାୟୁ ଓ ଆଲୋକ ପାଇଁ ପ୍ଲଟର ଚତୁଃପାର୍ଶ୍ବରେ ଆବଶ୍ୟକ ମୁତାବକ ଖୋଲା ସ୍ଥାନ ଅତ୍ୟନ୍ତ ଜରୁରୀ ।
  • (ଙ) ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅପରିଷ୍କାର ତଥା ଅନାବଶ୍ୟକ ଜଳର ନିଷ୍କାସନ ସକାଶେ ଉତ୍ତମ ବ୍ୟବସ୍ଥା ରହିଥିବା ଦରକାର I
  • (ଚ) ସଡ଼କର ପତନରୁ ପ୍ଲଟର ପତନ ଉଚ୍ଚ ହେବା ବିଧେୟ I ଏହା ବର୍ଷା ଳଳର ନିଷ୍କାସନ ସୁବିଧା ହେବା ସଙ୍ଗେ ସଙ୍ଗେ ମାଟି ପୂରଣ ଜନିତ ଅର୍ଥ ବ୍ୟୟରୁ ଗୃହକର୍ତ୍ତାଙ୍କୁ ରକ୍ଷା କରିଥାଏ ।
  • (ଛ) ଶିକ୍ଷାନୁଷ୍ଠାନ, ବଜାର, ଚିକିତ୍ସାଳୟ ପ୍ରଭୃତିକୁ ଗମନାଗମନର ସହଜ ଓ ସୁଗମ୍ୟ କରାଇବା ପାଇଁ ରାସ୍ତା କିମ୍ବା ଉପରାସ୍ତା ସହ ଭୂଖଣ୍ଡଟି ସଂଯୋଜିତ ହେବା ଏକାନ୍ତ ଅପରିହାର୍ଯ୍ୟ ।
  • (ଜ) ପ୍ଳଟର ମୃତ୍ତିକା ଭାରବାହୀ ଉଚ୍ଚ ଶକ୍ତିସମ୍ପନ୍ନ ହେବା ଉଚିତ I ଫଳତଃ ମୁରମ, ଗୋଡ଼ିବାଲି, ନରମ ପଥର ସନ୍ନିହିତ ଭୂଖଣ୍ଡରେ କମ୍ ଗଭୀରରେ ମୂଳଦୁଆ ଖନନ ହୋଇ ବ୍ୟୟ ସଙ୍କୁଚିତ କରାଇବା ସଙ୍ଗେ ସଙ୍ଗେ ମୂଳଦୁଆକୁ ବେଶ୍ ମଜଭୁତ ଓ ଦୀର୍ଘାୟୁ କରିଥାଏ ।
  • (ଝ) ପ୍ଲଟ୍ ସମତଳ ହେବା ବାଞ୍ଛନୀୟ ।

//ଉତ୍ତମ ପ୍ଲଟ//

ବର୍ଗାକାର କିମ୍ବା ଆୟତାକାର କ୍ଷେତ୍ରକୁ ସର୍ବଶ୍ରେଷ୍ଠ ଭୂଖଣ୍ଡ ରୂପେ ପରିଗଣିତ କରାଯାଇଛି I

  • ଦେଖନ୍ତୁ ଅନ୍ୟ ଆକୃତି ବିଶିଷ୍ଟ ଭୂଖଣ୍ଡର ଶୁଭ ଓ ଅଶୁଭ ନିର୍ଣ୍ଣାୟକ ସଚିତ୍ର ଅଙ୍କନ
//ପ୍ଲଟର ଆକାର //

//ସମ୍ପର୍କ//
 * ଇଂ ଅଜୟ କୁମାର ମହାପାତ୍ର,
* ଭୁବନେଶ୍ୱର
* ajaykmohapatra@gmail.com
* ମୋ- 9437179025
  • ଦେଖନ୍ତୁ TATKAL ODISHAର ପୂର୍ବ ବାସ୍ତୁ ରିପୋର୍ଟ…

ନୂଆ ସ୍ତମ୍ବ : ଘର ପାଇଁ “ବାସ୍ତୁ ବିଜ୍ଞାନ”-1: କେତେ ଜରୁରୀ?

ଘର ପାଇଁ ‘ବାସ୍ତୁ ବିଜ୍ଞାନ’-1: କେତେ ଜରୁରୀ?

Leave A Reply

Your email address will not be published.