ଓଡ଼ିଆ ପୁଅ ଭିଗ୍ନେଶ ମହାନ୍ତି ଓଡ଼ିଶା,ଛତିଶଗଡ଼ ସବ୍ ଏରିଆ ନୂଆ କମାଣ୍ଡର

0
  • ରାଜ୍ୟରେ ଖୁସିର ମାହୋଲ

  • ଭୁବନେଶ୍ୱର//TATKAL ODISHA//

ପୁଣି ଜଣେ ଓଡ଼ିଆ ପ୍ରତିରକ୍ଷା ଅଧିକାରୀ ସଫଳ ହୋଇଛନ୍ତି I ତାଙ୍କ ନାମ ହେଉଛି ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି I ସେ ଛତିଶଗଡ଼ ଓ ଓଡ଼ିଶା ସବ୍ ଏରିଆ କମାଣ୍ଡର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ବ୍ରିଗେଡିୟର୍ ପ୍ରଶାନ୍ତ ଚୌହ୍ୱାନଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
  ସେନା ପଦକଧାରୀ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଚମତ୍କାର ସାମରିକ କ୍ୟାରିଅର ଭିତରେ ଦେଶ ଏବଂ ବିଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ଏବଂ ପ୍ରଶାସନିକ ନିଯୁକ୍ତି ପାଇଛନ୍ତି ।

ସେ ନ୍ୟାସ୍‌ନାଲ ଡିଫେନ୍ସ ଏକାଡେମୀ, ଆର୍ମି ସ୍କୁଲ୍ ଅଫ୍ ଆମ୍ମୁନିସନ୍ (ୟୁକେ), ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ (ୱେଲିଙ୍ଗଟନ୍‌) ଏବଂ ନ୍ୟାସ୍‌ନାଲ ଡିଫେନ୍ସ କଲେଜ (ଫିଲିପାଇନ୍ସ)ରୁ ତାଲିମ ଗ୍ରହଣ କରିଛନ୍ତି ।
 ବ୍ରିଗେଡିୟର୍ ମହାନ୍ତି ସେନା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଛନ୍ତି ।

କାଶ୍ମୀର ଉପତ୍ୟକାରେ ସେ ଜଣେ ଇଞ୍ଜିନିୟର ରେଜିମେଣ୍ଟ ଏବଂ ଇଷ୍ଟର୍ଣ୍ଣ ଥିଏଟରରେ ଏକ ମାଉଣ୍ଟେନ୍ ବ୍ରିଗେଡ୍ ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭୁଟାନରେ ଭାରତୀୟ ସାମରିକ ତାଲିମ କଣ୍ଟିଜେଣ୍ଟର ଏକ ଅଂଶ ହୋଇଛନ୍ତି । ବର୍ତ୍ତମାନ ‘କୋସା’କୁ ନିର୍ଦ୍ଦେଶ ଦେବେ । ଜଣେ ଇଞ୍ଜିନିୟରିଂ ସ୍ନାତକ, ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଏବଂ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍‌ରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଛନ୍ତି ।

ସେହିପରି ଫିଲିପାଇନ୍ସରୁ ଜାତୀୟ ସୁରକ୍ଷା ପ୍ରଶାସନରେ ମାଷ୍ଟର କରିଛନ୍ତି । ତେଣୁ ଅଭିଜ୍ଞତା ଓ ସାମର୍ଥ୍ୟକୁ ଆଧାର କରି ସେ ଭାରତୀୟ ସେନା ପାଇଁ ଓଡ଼ିଶା ଓ ଛତିଶଗଡ଼ ପାଇଁ କାର୍ଯ୍ୟ କରିବେ ।

Leave A Reply

Your email address will not be published.