ଆରପାରିରେ ପୂର୍ବତନ ସିଡିଏମଓ ଡା. ଆରତୀ ବେହେରା

0

  • ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ଲୋକେ ଝୁରୁଛନ୍ତି
  • ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରାଙ୍କ ଭଉଣୀ


ବାଲେଶ୍ୱର, ବାରିପଦା, ଭୁବନେଶ୍ୱର// TATKAL ODISHA//


ବାଲେଶ୍ୱର , ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ତଥା ଜିଲ୍ଲାର ବିଶିଷ୍ଟ ସ୍ତ୍ରୀ-ପ୍ରସୂତି ରୋଗ ବିଶେଷଜ୍ଞ ଡା. ଆରତୀ  ବେହେରା ଆଉ ଇହଜଗତରେ ନାହାନ୍ତି I କୋଭିଡରେ ଆକ୍ରାନ୍ତ ହୋଇ ଇହଲୀଳା ତ୍ୟାଗ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା I ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଲୋକେ ତାଙ୍କ କାର୍ଯ୍ୟଶୈଳୀ ଓ ସେବାକୁ ମନେ ପକାଇ ଝୁରୁଛନ୍ତି I

ଡାକ୍ତର ଆରତୀ ବେହେରା


  ସ୍ବର୍ଗତ ଡାକ୍ତର ବେହେରା ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରାଙ୍କ ବଡ଼ ଭଉଣୀ I

ପୂର୍ବରୁ ଆରତୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଧିକାରୀ ଭାବେ ନିଷ୍ଠାର ସହ କାର୍ଯ୍ୟ ତୁଲାଇଥିଲେ । ପରେ ମୟୁରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦାରେ ବି ମୁଖ୍ୟ ଚିକିତ୍ସାଧିକାରୀ ବି ଥିଲେ I ସେ ଏଇ କିଛି ଦିନ ପୂର୍ବରୁ ଆଣ୍ଠୁଗଣ୍ଠି ଜନିତ ରୋଗରେ ଅସୁସ୍ଥ ଥାଇ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସେଠାରେ ଆଣ୍ଠୁରେ ଅସ୍ତ୍ରୋପଚାର କରଯାଇଥିଲା।

……………………………………………………………………….

ଆମେ ତୁମକୁ ପ୍ରକୃତରେ କେତେ ମନେ ପକାଇଛୁ, ତାହା ବ୍ୟାଖ୍ୟା କରିପାରିବୁ ନାହିଁ | ତୁମେ ସମଗ୍ର ପରିବାର ପାଇଁ ଥିଲ ପ୍ରେରଣାର ଉତ୍ସ  | ତୁମେ ସେବା, ମମତା, ବିଶ୍ୱାସର ପ୍ରତୀକ.. ଶକ୍ତିରେ ପରିପୂର୍ଣ୍ଣ ମଣିଷ..|ତମର ଆତ୍ମା ସଦଗତି ହେଉ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆମର ଏତିକି ପାର୍ଥନା ।” -ଶୋକାକୁଳ ପରିବାର ବର୍ଗ

+++++++++++++++++++++++++++++++++++++++

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କେଭିଡ୍ ପଜିଟିଭ ରିପୋର୍ଟ ଆସିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଇସିୟୁ ଓ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କର ପରିବାରବର୍ଷ ଉପସ୍ଥିତ ଥିଲେ ।


 ଦୁଃଖଦ ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରା ଡାକ୍ତର  ଦୁଲାଇସେନ୍ ଜଗଦେବ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.