ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ 36,976 ପ୍ରାର୍ଥୀ

0
  • ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ଆସନ ହାତେଇଲା ବିଜେଡି
  • ବରଗଡ ଜୋନ -2ରେ ପ୍ରାର୍ଥୀନୀ କଳ୍ପନା ପ୍ରଧାନ ବିନା ଭୋଟରେ ବିଜୟୀ

  • ଭୁବନେଶ୍ୱର//TATKAL ODISHA//


 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ 36,976 ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି I 

  ରାଜ୍ୟରେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ଭୋଟ ଅନାବଶ୍ୟକ I ଜଣେ ପ୍ରାର୍ଥୀ ରହିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା ହୋଇଛନ୍ତି I ବରଗଡ ଆମ୍ବାଧୋନା ବ୍ଲକର ଜୋନ -2ରେ ପ୍ରାର୍ଥୀନୀ କଳ୍ପନା ପ୍ରଧାନ ବିନା ଭୋଟରେ ବିଜୟୀ ହୋଇଛନ୍ତି I ସେ ବିଜେଡି ପ୍ରାର୍ଥୀ I

  • ୧୨୬ ସରପଞ୍ଚ ନିର୍ଦ୍ୱନ୍ଦ୍ୱର ନିର୍ବାଚିତ ଘୋଷିତ, 
  • ୩୨୬ ସମିତି ସଭ୍ୟ  
  • ୩୬୫୨୩ ୱାର୍ଡ ମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା

ଗତ 22ରେ ହୋଥିବା ନାମାଙ୍କନ ଯାଞ୍ଚ ପରେ…

ପଞ୍ଚାୟତ ନିର୍ବାଚନ ପାଇଁ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ ହୋଇଛନ୍ତି। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି।


ରାଜ୍ୟ ନିର୍ବାଚନ କମିସନର ସଚିବ ଦେଇଥିବା ସୂଚନା ଅନୁଯାୟୀ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏବେ ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଥିମଧ୍ୟରୁ ୱାର୍ଡମେମ୍ବର ପାଇଁ ସର୍ବାଧିକ ୧ ଲକ୍ଷ ୫୬ ହଜାର ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏବେ ପ୍ରତ୍ୟାହାର ପରେ ସ୍ଥିତି ବଦଳିଛି I

Leave A Reply

Your email address will not be published.