ନେତାଜୀଙ୍କୁ ସଲାମ, ଝୁରୁଛି କଟକ

0
  • ଚ‍ଉଦ ଭାଇଭ‍ଉଣୀଙ୍କ ମଧ୍ୟରୁ ନେତାଜୀ ଥିଲେ ନବମ
  • ରେଭେନ୍ସା କଲେଜଏଟ ସ୍କୁଲରେ ସେ ମାଟ୍ରିକ ପାସ କରିଥିଲେ
  • କଟକ//TATKAL ODISHA//

ନେତାଜୀ ସୁବାଷ ଚନ୍ଦ୍ର ବୋଷ I ତାଙ୍କର ଜନ୍ମ ୧୮୧୮ ଶକାବ୍ଦ,ସନ ୧୩୦୩ ସାଲ ଇଂରାଜୀ ମାସ ୨୩ ଜାନୁଆରୀ ୧୮୯୭ରେ ମାଘ ମାସ ୧୧ ଦିନ, ଶନିବାର ମଧ୍ୟାହ୍ନ ୧୨ଟା ୧୫ରେ ସହର ଠାରେ ଜନ୍ମ ନେଇଥିଲେ । ଚ‍ଉଦ ଭାଇଭ‍ଉଣୀଙ୍କ ମଧ୍ୟରୁ ନେତାଜୀ ଥିଲେ ନବମ ।

  • ରାଶି -କନ୍ୟାରାଶି,
  • ନକ୍ଷତ୍ର -ଉତ୍ତରାଫାଲଗୁନୀ,ନରଗଣ
କଟକର ଏହି ଘରେ ଜନ୍ମ ହୋଇଥିଲେ ନେତାଜୀ

ନେତାଜୀଙ୍କ  ପିତା ଥିଲେ ଜଣେ ଆଇନଜୀବୀ I ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା I ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ ।

 ଅନ୍ୟ ଚଉଦ ଭାଇଭ‍ଉଣୀଙ୍କ ପରି ତାଙ୍କ ଶିକ୍ଷା କଟକ ବାପଟିଷ୍ଟ ମିଶନ ଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା ।

୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ।ଏହାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ ।

 ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ସିଏଫ  ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।

୧୯୧୯ରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ରେ ଆଇସିଏସ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବାବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ।

ପରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ I ସେ ଗଢ଼ିଥିଲେ ଆଜାଦ ହିନ୍ଦ ଫୌଜ I

ତାଙ୍କ ମୃତ୍ୟୁ ଏକ ବିମାନ ଦୁର୍ଘଟଣା ଜନିତ ହେଲା ବୋଲି କୁହାଗଲା, ହେଲେ ତାହା ସତ ନୁହେଁ ବୋଲି ଐତିହାସିକମାନେ ମତ ରଖନ୍ତି I

ଏବେବି ରହସ୍ୟମୟ ହୋଇ ରହିଛି ତାଙ୍କ ମୃତ୍ୟୁ I

Leave A Reply

Your email address will not be published.