ସୋରୋ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା 

0
  • ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,//TATKAL ODISHA//


ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି  ପ୍ରାଣ ହରାଇଥିବା  ଖବର ପାଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶୋକସନ୍ତପ୍ତପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଏତଦବ୍ୟତୀତ ଏହି ଦୁର୍ଘଟଣା ରେ  ଗୁରୁତର ଆହତ ହୋଇ  ଚିକିତ୍ସିତ  ହେଉଥିବା ଅନ୍ୟ  ଵ୍ୟକ୍ତି ମାନଙ୍କୁ   ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ସୋମାନଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।


ସୂଚନାଯୋଗ୍ୟ  ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ  ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

  • TATKAL ODISHA ପ୍ରଥମ ବ୍ରେକିଂ ଷ୍ଟୋରୀ ଦେଖନ୍ତୁ…

ଶାନ୍ତିଲତା ବସ ବିଦୁ ଛକରେ ଦୁର୍ଘଟଣାଗସ୍ତ, 6 ମୁତ,30 ଆହତ

ଶାନ୍ତିଲତା ବସ ଦୁର୍ଘଟଣାଗସ୍ତ, ବହୁ ଯାତ୍ରୀ ଆହତ

Leave A Reply

Your email address will not be published.