ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଅସହିଷ୍ଣୁତାର ପରିଚାୟକ

0
  • କଂଗ୍ରେସକୁ ବିଜେପିର କୈଫିୟତ ତଳବ

 


ଭୂବନେଶ୍ୱର,//TATKAL ODISHA//

  • ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଟିମକୁ ରାସ୍ତାରେ ଆନ୍ଦୋଳନକାରୀଙ୍କ ଉପସ୍ଥିତି ବିଷୟରେ ଆଲର୍ଟ କରାଗଲା ନାହିଁ କାହିଁକି ?
  • ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ପୋଲିସ ଡିଜି କାହିଁକି ଏବଂ କାହା ନିର୍ଦ୍ଦେଶରେ କହିଲେ ?
  • ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ କଂଗ୍ରେସ ଦଳର କେଉଁ କେଉଁ ନେତୃତ୍ବ ନିର୍ଦ୍ଦେଶ ଦେଇଥିଲେ ?


  ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିଜେପି ପୁଣି ଏହି ପ୍ରଶ୍ନ ଉତ୍ଥାପନ କରିଛି I

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

 ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,”ଅତୀତରେ ତୁଟିପୂର୍ଣ୍ଣ ସୁରକ୍ଷା କାରଣରୁ ଦେଶବାସୀ ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଥିବା କଂଗ୍ରେସ ଦଳ ଓ କଂଗ୍ରେସ ନେତା ଭୁଲ କରିବା କଥା ନୁହେଁ । ଗତ ଜାନୁଆରୀ ୫ରେ ପଂଜାବ ରାଜ୍ୟ ଫିରୋଜପୁର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବ୍ୟାପକ ତ୍ରୁଟି ଦେଖାଦେଇଥିଲା । ପାକିସ୍ତାନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରତ୍ଵ ଫିରୋଳପୁର ଗସ୍ତ ଅବସରରେ ଯାତ୍ରା ପଥକୁ ଅବରୋଧ କରି ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତା ମଝିରେ ଓ ପୋଲ ଉପରେ ଷଡଯନ୍ତ୍ର ରଚାଯାଇ ରୋକାଯିବା ନିଶ୍ଚିତ ଭାବେ ଏକ ସମ୍ଭାବ୍ୟ ଅଘଟଣରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବର୍ତ୍ତି  ଯାଇଛନ୍ତି । ଏହି ସମୟରେ ପାକିସ୍ଥାନ ପକ୍ଷରୁ ଡ୍ରୋନ , ମୋର୍ଟାର ଏବଂ ମିସାଇଲ ଆକ୍ରମଣ କରିଥିଲେ ସ୍ଥିତି ବିପଦପୂର୍ଣ୍ଣ ହୋଇଥାନ୍ତା I


 ପଂଜାବ ସରକାରଙ୍କ ଦାୟୀତ୍ବହୀନତାକୁ ନେଇ ଆମେ ତୁରନ୍ତ କିଛି ପ୍ରଶ୍ନ କଂଗ୍ରେସ ଓ ପଂଜାବ ସରକାରଙ୍କୁ ପଚାରିଥଲୁ I କଂଗ୍ରେସ ଦଳ ଏହାର ସିଧାସଳଖ ଉତର ଦେଲେନାହିଁ, ବରଂ ବିଭ୍ରାନ୍ତକାରୀ ବୟାନବାଜୀ କରି ଅନ୍ୟମାନଙ୍କ ମୁଣ୍ଡରେ ଦୋଷ ଲଦିଦେଲେ ।  ଲେଖାଶ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ହେଉଛି ରାଜ୍ୟ ସରଳାରଙ୍କ ଦାୟୀତ୍ଵ । ଏହା ସତ୍ତ୍ଵେ ଫଳାବ ପୋଲିସ ଡିଜି କିପରି ଓ କାହିଁକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଲେ ନାହିଁ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଟିମକୁ ରାସ୍ତାରେ ଆନ୍ଦୋଳନକାରୀଙ୍କ ଉପସ୍ଥିତି ବିଷୟରେ ଆଲର୍ଟ କରାଗଲା ନାହିଁ କାହିଁକି ? ଅନ୍ୟ ପଟେ ଗତ କାଲି ପଞ୍ଜାବ ପୋଲିସ ଅଧୁକାରୀମାନଙ୍କ ରାଷ୍ଟ୍ରୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବକ୍ତବ୍ୟ ଆମ ସନ୍ଦେହକୁ ଦୁଢୀବୁତ କରିବା ସହିତ ସତ୍ୟକୁ ସର୍ବସାଧାରଣରେ ଜଜାଗର କରିଛି I 


ପଞ୍ଜାବ ପୋଲିସର ଏକ ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପଂଜୀବ ଗସ୍ତ ସମୟରେ ସୁରକ୍ଷା ଭଙ୍ଗ ହେଉଥିବା ପ୍ରସଙ୍ଗରେ ସେ ନିଜ ଉଚ୍ଚ ପୋଲିସ ଅଧିକାରୀ, ପ୍ରଶାସନ ଏବଂ ଶାସକ କଂଗ୍ରେସକୁ ସଂପୂର୍ଣ ଅବଗତ କରାଇଥିଲେ । ଏହା ସତ୍ତ୍ଵେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରୁଟର ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ପୋଲିସ ଡିଜି କାହିଁକି ଏବଂ କାହା ନିର୍ଦ୍ଦେଶରେ କହିଲେ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଭଙ୍ଗ କରିବା ପାଇଁ ପଂଜାବ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ କଂଗ୍ରେସ ଦଳର କେଉଁ କେଉଁ ନେତୃତ୍ଵ ନିର୍ଦ୍ଦେଶ ଦେଇଥିଲେ ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।


ଏଭଳି ଗମ୍ଭୀର ଘଟଣାକୁ କଂଗ୍ରେସ ଦଳ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିବା ଏବଂ ବୟାନବାଜୀ କରି ନିଜ ଦୋଷ ଅନ୍ୟ ମୁଣ୍ଡକୁ ଠେଲି ଦେବା ଅତ୍ୟନ୍ତ ନିନ୍ଦା ଓ ଲଜ୍ଜାଜନକଜନକ । କଂଗ୍ରେସର ନେତା ଏହି ଗମ୍ଭୀର ପରିସ୍ଥିତିକୁ ହାସ୍ୟାସ୍ପଦ ଭାବରେ ଛୋଟ କରିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣା ସଂପର୍କରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ଦୀ କଂଗ୍ରେସ ଦଳର ସାଧାରଣ ସଂପାଦକ ତଥା ଗାନ୍ଧୀ ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧୀଙ୍କୁ ରିପୋର୍ଟ ଦେବା ପଛରେ ଉଦ୍ଦେଶ୍ୟ କଣ ? ଉଭୟ ପଂଜାବର ଅସହିଷ୍ଣୁ କଂଗ୍ରେସ ସରକାର ଏବଂ ଗାନ୍ଧୀ ପରିବାର ମିଳିମିଶି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ଅବହେଳା କରିବା ପଛରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରହିଛି ।

ବାରମ୍ବାର ସେମାନଙ୍କ ଚେଷ୍ଟା ସତ୍ତ୍ଵେ କଂଗ୍ରେସ ଦଳର ନେତୃତ୍ଵମାନେ ଜାଣିଶୁଣି ପ୍ରଧାନମନ୍ତ୍ରୀ ଜୀଙ୍କୁ ଏକ ଅସୁରକ୍ଷିତ ମହଲରେ ରଖିଲେ ବୋଲି ପଞ୍ଜାବ ପୋଲିସର ଅଧିକାରୀମାନଙ୍କ ସ୍ଵୀକାରୋକ୍ତି କେବଳ ଯେ ନିନ୍ଦନୀୟ ନୁହେଁ ବରଂ ଦଣ୍ଡନୀୟ ମଧ୍ଯ ଅଟେବୋଲି ଡ.ଲେଖାଶ୍ରୀ କହିଛନ୍ତି ।


ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.