ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ

0
  • ଭୋଟ : ଫେବ୍ରୁଆରୀ 16,18, 20, 22, 24
  • ଭୋଟ ଗଣତି : 26, 27, 28
  • ମଙ୍ଗଳବାର ଠାରୁ ଆଚରଣ ଵିଧି ଲାଗୁ

ଭୁବନେଶ୍ୱର//TATKAL ODISHA//

ସବୁ କଳ୍ପନା ଜଳ୍ପନାରେ ଅନ୍ତ ଘଟିଛି I ପାଞ୍ଚଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ I

ଆଦିତ୍ୟ ପାଢ଼ୀ, ରାଜ୍ୟ ନିର୍ବାଚନ ଆୟୋଗ

ମଙ୍ଗଳବାର ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି I ଶ୍ରୀ ପାଢ଼ୀ କହିଛନ୍ତି ଯେ, 5ଟି ପର୍ଯ୍ୟାୟରେ ହେବ ପଂଚାୟତ ଭୋଟ। ତାହା ହେଉଛି ଫେବ୍ରୁଆରୀ 16,18, 20, 22, 24।

ଭୋଟ ଗଣତି 26, 27, 28 ତିନି ଦିନ ହେବ I

ପ୍ରଚାର ବେଳେ ରାଲି, ଶୋଭାଯାତ୍ରାକୁ ବାରଣ। କେବଳ 5 ଜଣଙ୍କୁ ନେଇ ଘର କୁ ଘର ବୁଲି ପ୍ରଚାର କରି ପାରିବେ ପ୍ରାର୍ଥୀ।

ସେହିପରି ଭୋଟ ଗ୍ରହଣ ସମୟକୁ ଏକ ଘଂଟା ବୃଦ୍ଧି କରାଯାଇଛି । ପୂର୍ବରୁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଉଥିବା ବେଳେ ଚଳିତ ଥର ଦିନ ଗୋଟାଏ ଯାଏ ବୃଦ୍ଧି କରାଯାଇଛି । ଭୋଟ ଗଣତି ଜିଲ୍ଲା ମହକୁମାରେ ହେବ ।

ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ସମୟରେ କମିଶନଙ୍କ ପକ୍ଷରୁ ଏକ କଂଟ୍ରୋଲ ରୁମ ମଧ୍ୟ ଖୋଲା ଯାଇଛି । ଏଥିପାଇଁ ଦୁଇଟି ନମ୍ବର ଜାରି କରାଯାଇଛି । ସେହିପରି ମିଥ୍ୟା ସତ୍ୟପାଠ ଦାଲଖ କରିଥିବା ପ୍ରାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତିି ନିଆଯାଇଛି ।

ଏଥିପାଇଁ ମଙ୍ଗଳବାର ଠାରୁ ଆଚରଣ ଵିଧି ଲାଗୁ ହୋଇଛି I

ତେବେ ପଞ୍ଚାୟତ ନିର୍ବାଚନ କୋଭିଡ କଟକଣା ଭିତରେ ହେବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.