ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ୟୋଧନ ମାଝୀ

0

ଭୁବନେଶ୍ୱର//TATKAL ODISHA//

ପାଞ୍ଚ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ  ତାଙ୍କୁ ୮୩ ବର୍ଷ ହୋଇଥିଲା 

ସ୍ବର୍ଗତ  ମାଝୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭାରୁ ୫ ଥର ବିଧାୟକ ହୋଇଥିଲେ । ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲା ବେଳେ ୨୦୦୦ ଏବଂ ୨୦୦୪ରେ ବିଜେଡ଼ି ଟିକେଟରେ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇ ଦିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।

ପରେ ସ୍ବର୍ଗତ ମାଝୀ ବିଜେଡି ଛାଡ଼ି  ବିଜେପିରେ ମିଶି ୨୦୧୪ରେ ପଞ୍ଚମ ଥର ପାଇଁ ଖଡ଼ିଆଳ ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ  ଲଢ଼ିବା ପାଇଁ ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡ଼ି ବିଜେଡ଼ିକୁ ଫେରି ଆସିଥିଲେ ।

ସ୍ବର୍ଗତ ମାଝୀଙ୍କ ବିୟୋଗ ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଓଡ଼ିଶା ଜଣେ ଦକ୍ଷ, ସରଳ ଓ ଅମାୟିକ ରାଜନେତାଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି I 

ଭୁୁବନେଶ୍ୱରରୁ ତାଙ୍କ ମରଶରୀର ଗାଁକୁ ନିଆଯାଇମଙ୍ଗଳବାର  ସଂଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.