ଚରିତ୍ରବାନ ମଣିଷ ବିନା ଏକ ଉତ୍ତମ ରାଷ୍ଟ୍ର ଗଠନ ଅସମ୍ଭବ

0

  • କଳାହାଣ୍ଡି ବିଶ୍ୱବିଦ୍ୟାଳୟର;୩୫ତମ ପ୍ରେରଣାଦାୟୀ ବକ୍ତୃତାମାଳା  “ଚରିତ୍ର ଗଠନ ରାଷ୍ଟ୍ର ଗଠନ”
  • ଭବାନୀପାଟଣା, ଭୁବନେଶ୍ୱର//TATKAL ODISHA //

ଚରିତ୍ର ଆପେ ଆପେ ନିର୍ମାଣ ହୁଏ ନାହିଁ, ଚରିତ୍ର ଗଠନ କରିବାକୁ ହୁଏ,ଚରିତ୍ରବାନ ମଣିଷ ହିଁ ଏକ ଉତ୍ତମ ରାଷ୍ଟ୍ର ଗଠନ କରି ପାରନ୍ତି।କଠୋପନିଷଦର ଉତିଷ୍ଠତ ଜାଗ୍ରତ ହେଉ କି ସ୍ବାମୀ ବିବେକାନନ୍ଦ ଓ ବୁଦ୍ଧଙ୍କ ଅନେକ ବାଣୀରେ ଚରିତ୍ର ଗଗନ ସଂପର୍କରେ ମାର୍ଗଦର୍ଶନ କରିଛନ୍ତି।

ଶୁକ୍ରବାର କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତ”ର ୩୫ତମ ଅଧ୍ୟାୟରେ ଦୈନିକ ନିତିଦିନର ସଂପାଦକ ମନୋଜ କୁମାର ମହାପାତ୍ର ନିମନ୍ତ୍ରିତ ବକ୍ତାଭାବେ ଯୋଗଦେଇ ଏହିପରି ମନ୍ତବ୍ୟ ରଖିଥିଲେ।

ଗୁଗୁଲୁ ମିଟ’ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥି, ବିଶିଷ୍ଟ ଲଖକ ତଥା ନିତିଦିନ ସମ୍ପାଦକ ମନୋଜ ମହାପାତ୍ର, ଯୁବ ସାମ୍ବାଦିକ ଓ ଲେଖକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ଅନ୍ୟମାନେ…

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ସଭାପତିତ୍ୱରେ  ଅଭିଭାଷଣରେ କହିଥିଲେ -ଚରିତ୍ରବାନ ଖୋଜା ଚାଲିଛି, ପଶୁପକ୍ଷୀମାନେ ନିଜସ୍ବ ଧର୍ମ ଭୁଲି ନାହାଁନ୍ତି କିନ୍ତୁ ମଣିଷ ନିଜ ରାସ୍ତା ଭୁଲି ଯାଇନିତ !ଏଣୁ ଚରିତ୍ର ଗଠନ କରିବାର ପ୍ରୟାସ ଜାରି ରଖିବା।ରେଜିଷ୍ଟାର ପିତାମ୍ବର ଭୋଇ ସ୍ବାଗତ ବକ୍ତବ୍ୟ ରଖିଥିଲାବେଳେ  ଜିତେନ୍ଦ୍ର ପଟ୍ଟନାୟକ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ।

କଣ୍ଠଶିଳ୍ପୀ ଲିପ୍ସା ମହାରଣା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଆବାହକ ଉପ କୁଳସଚିବ କ୍ୟାପଟେନ ଡ. ଜୟଦେବ ସାହୁ ବ୍ୟାଖନମାଳାର ସଂଯୋଜନା କରିଥିଲେ ଏବଂ ସହକାରୀ ପ୍ରଫେସର ସରିତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ଉତିଷ୍ଠତର ଏହି ଅଧ୍ୟାୟରେ ଅନେକ ବୁଦ୍ଧିଜୀବୀ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଏବଂ ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ।

Leave A Reply

Your email address will not be published.