ପୁଣି ଫେରିଛି ନାଇଟ କର୍ଫ୍ୟୁ

0
  • ରାତ୍ରି 9ଟାରେ ରାତ୍ରି କାଳୀନ କର୍ଫ୍ୟୁ, ସ୍କୁଲ ବନ୍ଦ
  • କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ 
  • ଭୁବନେଶ୍ୱର//TATKAL ODISHA//

ପୁଣି ଫେରିଛି ନାଇଟ କର୍ଫ୍ୟୁ I ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କୋଭିଡ ମାର୍ଗଦର୍ଶିକା I ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ I ସହରାଞ୍ଚଳରେ ଲାଗୁ ହୋଇଛି I

 ସ୍ୱତନ୍ତ୍ର ରିଲିଫ୍ କମିଶନର ପି କେ ଜେନା କଣ କହିଲେ ଦେଖନ୍ତୁ..

  • ସକାଳ ୫ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ ।
ପି କେ ଜେନା
  • ହୋଟେଲ-ବାର- ଢାବା ପାଇଁ  ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ I  ୫୦ ପ୍ରତିଶତ ସିଟରେ ବସି ପାରିବେ ଗ୍ରାହକ । 
  • ଦୋକାନ-ମଲ ଆଦି ମାଲିକମାନେ ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରି ଖୋଲି ପାରିବେ । ଯଦି ଏଥିରେ ଖିଲାପ ସୃଷ୍ଟି ହୁଏ ତେବେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
  • ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀ ମଧ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ବ୍ୟବସାୟ କରିବେ ।  ଦୂରତା ୬ ଫୁଟ ରହିବଯାତ୍ରା ପାଇଁ ସରକାର ଦୁଇ ହଜାର ଦର୍ଶକ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ତାହାକୁ ହ୍ରାସ ଘଟାଇ ଏକ ହଜାର ଲୋକରେ ରଖିଛନ୍ତି ।
  • ଥିଏଟର ଓ ଫିଲ୍ମ ହଲ ମାନଙ୍କରେ ଏଥର ଦର୍ଶକ ଶତ ପ୍ରତିଶତ ବସି ପାରିବେ ନାହିଁ । ଅର୍ଥାତ ୫୦ ପ୍ରତିଶତ ଦର୍ଶକରେ ଖୋଲାଯିବ  ।
  • ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ କାର୍ଯ୍ୟକ୍ରମ ଓ ସଭା ସମିତି ଉପରେ ମଧ୍ୟ କଟକଣା ଜାରି କରାଯାଇଛି  ।
  • ପୂଜା ପାର୍ବଣ ଥିବାବେଳେ ଉକ୍ତ ଅନୁଷ୍ଠାନରେ ପରମ୍ପରା ଅନୁଯାୟୀ  କାର୍ଯ୍ୟକ୍ରମ କରାଯାଏ, ତେବେ ତାହାକୁ ସିମୀତ ସଂଖ୍ୟାର ଲୋକଙ୍କ ମଧ୍ୟରେ ଅନୁଷ୍ଠିତ କରିବାକୁ କୁହାଯାଇଛି ।

ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ  । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସରକାର ମିନି କ୍ଲାସ କରିବେ   । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଏନେଇ କାର୍ଯ୍ୟକ୍ରମ କରାଯିବ  ।

କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ  ।

=========================================

Advt

Leave A Reply

Your email address will not be published.