ଧର୍ମେନ୍ଦ୍ରଙ୍କୁ ଭେଟିଲେ ଜଗନ

0
  • ଶିକ୍ଷା କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
  • ନୂଆଯୁଗର କ୍ୟାରିୟର ମୋଦି ସରକାରଙ୍କ ପ୍ରାଥମିକତା: ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,

 କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିଜର ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କୁ ସାକ୍ଷାତ୍ କରିବା ସହ ଶିକ୍ଷା କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

 ଆନ୍ଧ୍ରପ୍ରଦେଶରେ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି)କୁ କାର୍ଯ୍ୟକାରୀ କରିବା ଏବଂ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରକୁ ଅଧିକ ମଜଭୂତ କରିବା ଦିଗରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

 ଯୁବପିଢିଙ୍କ ସର୍ବାଙ୍ଗୀନ ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରାଥମିକତାରେ ରହିଛି ।

ନୂଆଯୁଗର କ୍ୟାରିୟର ପାଇଁ ଯୁବପିଢିଙ୍କ ଦକ୍ଷତା ବିକାଶ କରିବା ମୋଦି ସରକାରଙ୍କ ଲକ୍ଷ୍ୟ । ଏହିପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉପରେଗୁରୁତ୍ୱ ଦିଆଯାଉଛି । ଆନ୍ଧ୍ରର ଯୁବପିଢ଼ିଙ୍କୁ ନୂତନ ଦକ୍ଷତା ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ଭବିଷ୍ୟତ ଗଢିବା ଦିଗରେ ବହୁ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ କହିଥିଲେ I

Leave A Reply

Your email address will not be published.