୧୨ ଓଏଏସ, ୧୧ ଓଆରଏସଙ୍କ ବଦଳି

0

ଭୁବନେଶ୍ୱର//TATKAL ODISHA//


ଓଏଏସ୍, ଓଆରଏସ ସ୍ତରରେ ଅଦଳବଦଳ କରାଯାଇଛି । ଏକାଥରେ ୧୨ ଓଏଏସ୍ ଏବଂ ୧୧ ଓଆରଏସ୍ ଅଧିକାରୀଙ୍କ ବଦଳି ହୋଇଛି । 

 ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଅଧିକାଂଶ ସ୍ଥାନରେ ବିଡ଼ିଓ, ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଛି I

  • ଦେଖନ୍ତୁ ତାଲିକା
* ବଦଳି ହୋଇଥିବା ଓଏଏସ ଅଧିକାରୀ

ଓଏଏସ୍ ଅଧିକାରୀଙ୍କ ବଦଳି ତାଲିକାରେ କେନ୍ଦ୍ରାପଡ଼ା ବିଡିଓ ଅଶ୍ୱିନୀ କୁମାର ଦାଶଙ୍କୁ ଜଳେଶ୍ବର ବିଡିଓ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବନ୍ଦନା ଖଟୁଆଙ୍କୁ କେନ୍ଦ୍ରାପଡା ବିଡିଓ, ଲଲିତ ସୋରେନଙ୍କୁ ତୁମୁଡିବନ୍ଧ ବିଡିଓ, ଦୀପକ କୁମାର ଦାଶଙ୍କୁ ବାଲିଆପାଳ ବିଡିଓ, ଶରତ କୁମାର ଗିରିଙ୍କୁ ବାଲିଆପାଳ ତହସିଲଦାର ଭାବେ ବଦଳି ହୋଇଛନ୍ତି I


ଓଏଏସ ରାହୁଲ ମଣ୍ଡଳଙ୍କୁ ନୀଳଗିରୀ ବିଡିଓ ଅଶ୍ଳୀନ କୁମାର ଭୂୟାଁଙ୍କୁ ଚିତ୍ରକୋଣ୍ଡା ବିଡିଓ, ଜ୍ୟୋସ୍ନା  ନାୟକଙ୍କୁ କେନ୍ଦୁଝର ବିଡିଓ, ଉମେଶ ଚନ୍ଦ୍ର ଓଝାଙ୍କୁ କୁଳିଆଣ ତହସିଲଦାର, ଅଭିଶେକ ଦାଶଙ୍କୁ ଔପଦା ବିଡିଓ, ଅନୁପମା ଘୋଷଙ୍କୁ ଅମ୍ବାବନା ବିଡିଓ ଏବଂ ଅର୍ଜନା ଦାଶଙ୍କୁ ନନ୍ଦପୁର ବିଡିଓ ଭାବେ ଅବସ୍ଥାପିତ କରାଯାଇଛି ।


ସେହିପରି ଓ ଆର୍‌ଏସ୍ ଅଧିକାରୀଙ୍କ ତାଲିକାରେ ହେମନ୍ତ କୁମାର ବାରିମଳଙ୍କୁ ଭୁବନେଶ୍ଵର ଲ୍ୟାଣ୍ଡ ଅଫିସର ଭାବେ ନିଯୁକ୍ତ କରାଯାଇଥିବାବେଳେ ଶୁଭଦର୍ଶନ ଧଳଙ୍କୁ ବସ୍ତା ଅତିରିକ୍ତ ତହସିଲଦାର, ଶୀତଲ ଅଗ୍ରୱାଲଙ୍କୁ ନୟାଗଡ଼ ସହ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି I

Leave A Reply

Your email address will not be published.