ଖିଚିଂ ସଂଗ୍ରହାଳୟ : ଧ୍ୱଂସ ହେବାକୁ ଆଉ କେତେ ଡେରି?

0
  • ରାଜ୍ୟର ସର୍ବପୁରାତନ ସଂଗ୍ରହାଳୟକୁ ଶହେ ବର୍ଷ :  ନିଜର  ଅସ୍ତିତ୍ୱ ହରେଇବାକୁ ବସିଲାଣି
  • ସରକାରଙ୍କ ଶୁଭଦୃଷ୍ଟି ପଡିବ କେବେ?
  • TATKAL ODISHA//ଐତିହ୍ୟ ଖୋଜ//
  • ରିପୋର୍ଟ //ଜିତେନ୍ଦ୍ର ରାଜ//

ଯେଉଁଜାତିର ସଂସ୍କୃତି,ଐତିହ୍ୟ ଓ ପରମ୍ପରା ଯେତେ ସମୃଦ୍ଧ, ସେଇ ଜାତି ସେତେ ବିକଶିତ I ଇତିହାସ ଉପରେ ସର୍ବଦା ଛିଡ଼ା ହୋଇଥାଏ ବର୍ତ୍ତମାନ I ଯଦି ଏସବୁ କ୍ଷୀନଭିନ ହୁଏ, ତାହାଲେ ସେଇ ଜାତି ନିଜର ପରିଚିତ ହରାଇଥାଏ Iଐତିହ୍ୟସମ୍ପନ୍ନ ଖିଚିଂ ସଂଗ୍ରହାଳୟ ସେମିତି ନିଜର ପରିଚିତି ହରାଇବାକୁ ବସିଛି I ଧ୍ବଂସ ହେବାକୁ ଆଉ କେତେ ଡେରି ବୋଲି ଆଶଙ୍କିତ ବୁଦ୍ଧିଜୀବୀ, ପ୍ରତ୍ନତତ୍ତ୍ୱବିତ ପ୍ରଶ୍ନ କରିଛନ୍ତି Iଦେକାନ୍ତୁ ରିପୋର୍ଟ…

✍️✍️


ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ପାଞ୍ଚପିଢ଼ ଉପଖଣ୍ଡର ଶୁକୃଳି ବ୍ଲକରେ ଅବସ୍ଥିତ ଖିଚିଂ ଏକ ଐତିହାସିକ ସ୍ଥାନ ଭାବେ ପରିଚିତ ମୟୁରଭଞ୍ଜର ଅଧିଷ୍ଠାତ୍ରୀ ପ୍ରତ୍ୟକ୍ଷ ଦେବୀ ମା’ କିଚକେଶ୍ବରୀ ଏଠାରେ ପୂଜା ପାଇଆସୁଛନ୍ତି।
 ଦୀର୍ଘ ବାରଶହ ବର୍ଷର ପୁରାତନ ମନ୍ଦିର ହେଉଛି ଏହି ମନ୍ଦିର ବିଶ୍ୱର ଏକମାତ୍ର ସ୍ୱମ୍ପୂର୍ଣ କଳା ମୁଗୁନିପଥର ନିର୍ମିତ ମନ୍ଦିର ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଅନେକ ପର୍ଯ୍ୟଟନ ସ୍ଥଳୀ ଅଛି  ଶିମିଳିପାଳ, ଭୀମକୁଣ୍ଡ, ଦେବକୁଣ୍ଡ ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଥଲେ ମଧ୍ୟ ଖିଚିଂର ଐତିହ୍ୟ ସ୍ୱତନ୍ତ୍ର।

ସଂଗୃହିତ ପ୍ରାଚୀନ ସାମଗ୍ରୀ


 କରୋନା କଟକଣା ପାଇଁ ଦୀର୍ଘ ଦେଢ଼ବର୍ଷ ମାଆଙ୍କ ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ଥିଲା, ମନ୍ଦିର ଖୋଲିବା ପରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି।
ସ୍ୱାଧୀନତା ପୂର୍ବରୁ ଏହି ମନ୍ଦିରର ସମସ୍ତ ଦାୟିତ୍ୱ ମୟୁରଭଞ୍ଜ ମହାରାଜାଙ୍କ ନିକଟରେ ଥିଲା ଦେଶ ସ୍ୱାଧୀନ ହେବାପରେ ଓ ମୟୁରଭଞ୍ଜ ରାଜ୍ୟର ଗଡ଼ଜାତ ମିଶ୍ରଣ ପରଠୁ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ  ଦାୟିତ୍ୱରେ ଅଛି।


 ଖିଚିଂ ମନ୍ଦିରକୁ ପ୍ରତ୍ୟେକ ଦିନ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ I


ଏହି ମନ୍ଦିର ପରିସରରେ ଅଛି ଦେଶର ସର୍ବପୁରାତନ ସଂଗ୍ରହାଳୟ  ମଧ୍ୟରୁ ଅନ୍ୟତମ ସଂଗ୍ରହାଳୟ  ଏହି ସଂଗ୍ରହାଳୟକୁ  ତତ୍କାଳୀନ ମୟୁରଭଞ୍ଜ ମହାରାଜା 1921 -22ରେ ସ୍ଥାପନ କରିଥିଲେ I  ଜନ୍ମ ସତବାର୍ଷିକି ପାଳନ କରୁଛି I ଏହି ସଂଗ୍ରହାଳୟ ରେ ବିଭିନ୍ନ ପ୍ରକାର ପୁରାତନ ମୂର୍ତ୍ତି ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ମିଳେଏହାସହିତ ପୁରାତନ ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ପୁରାତନ ଅଳଙ୍କାରବ୍ୟବହାର କରଯାଉଥିବା ପଥର ଓ ମୟୁରଭଞ୍ଜ ରାଜ୍ୟରେ ବ୍ୟବହୃତ ହେଉଥିବା ମୁଦ୍ରା ବିଭିନ୍ନ ତାମ୍ର ଫଳକ, ଚିଠି ନଥି ପତ୍ର ମଧ୍ୟ ଦେଖିବାକୁ ମିଳେ ଏହି ସ୍ଥାନରେ ।


ରାଜା ଶାସନ ସମୟରୁ ସେ ସମୟରୁ କଳା, ସଂସ୍କୃତି ଓ ପରମ୍ପରା ବଜାୟ ରଖିବାପାଇଁ ଏହି ସଂଗ୍ରହାଳୟ ସ୍ଥାପନ କରାଇଥିଲେ ଖିଚିଂ ମନ୍ଦିର କୁ ପ୍ରତ୍ୟେକ ଦିନ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ ସେମାନେ ମନ୍ଦିର ଦର୍ଶନ ସହିତ ସଂଗ୍ରହାଳୟକୁ ମଧ୍ୟ ବୁଲିଦେଖିଥାନ୍ତି ।


ଏହି ସଂଗ୍ରହାଳୟ ରୁ ଭୁବେନେଶ୍ୱର ସଂଗ୍ରହାଳୟ ଓ କଲିକତା ସଂଗ୍ରହାଳୟ କୁ ମଧ୍ୟ କିଛି ମୂର୍ତ୍ତି ଯାଇ ସେଠାରେ ରଖାଯାଇଛି I
ଦେଶର ସର୍ବପୁରାତନ ସଂଗ୍ରହାଳୟ ମଧ୍ୟରୁ ଅନ୍ୟତମ ହୋଇଥିଲେ ମଧ୍ୟ କେବଳ ରାତ୍ର ଜଗୁଆଳି ରେ କାମ ଚାଲିଛି ରାତି ଜଗିବା ସହିତ ଦିନବେଳେ କାର୍ଯ୍ୟକରିବା ତାଙ୍କ ପାଇଁ ଅସମ୍ଭବ ବ୍ୟାପାର ହୋଇପଡିଛି ।

ଖାସ ଏହି କାରଣପାଇଁ ସଂଗ୍ରହାଳୟ ଟି ଅଧିକାଂଶ ଦିନ ବନ୍ଦ ରହୁଛି ଅନେକ ସମୟରେ ସଂଗ୍ରହାଳୟ କୁ ସଫା ରଖାଯାଉନାହିଁପୁରାତନ ମୂର୍ତ୍ତିଗୁଡିକ ମରାମତି ସମୟରେ ସିମେଣ୍ଟ ପାଣି ପଡି ମୂର୍ତ୍ତିଗୁଡିକ ଅପରିଷ୍କାର ଦେଖାଯାଉଛି ।
ମୟୁରଭଞ୍ଜ ମହାରାଜା ବିରାଟଗଡରୁ ଖନନ କରି ପୁରାତନ ମୂର୍ତ୍ତି ଓ ସାମଗ୍ରୀ ଗୁଡିକ ଏହି ସଂଗ୍ରହାଳୟ ରେ ରଖିଥିଲେସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ସର୍ବପୁରାତନ ତଥା ଏକଶହ ବର୍ଷ ପୂରଣ ହୋଇଥିବା ଏହି ସଂଗ୍ରହାଳୟ ପ୍ରତି କାହାରି ଦୃଷ୍ଟି ପଡୁନାହିଁ।


ବହୁସମୟ ରେ ଏଠାକୁ ବଡ଼ ବଡ଼ ନେତା ମନ୍ତ୍ରୀ, ବଡ଼ ବଡ଼ ସରକାରୀ ଅଧିକାରୀ ଆସୁଥିଲେ ମଧ୍ୟ କାହାରି ଶୁଭ ଦୃଷ୍ଟି ପଡୁନାହିଁ  I ପ୍ରଶାସନିକ ଅଧିକାରୀ କୁହନ୍ତୁ କି ରାଜନେତା ସବୁବେଳେ ପ୍ରତିଶୃତି ଅଜାଡି ଦିଅନ୍ତି କିନ୍ତୁ କାମ ରେ ତାହା କେବେ ଦୃଶ୍ୟମାନ ହୁଏ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି I


ମୟୁରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା ବଜାୟ ରଖିବାର ଯେଉଁ ପ୍ରୟାସ ସଂଗ୍ରହାଳୟ ପ୍ରତିଷ୍ଠା କରି ତତ୍କାଳୀନ ମୟୁରଭଞ୍ଜ ମହାରାଜା କରିଥିଲେ ତାହା ଏବେ ତାର ଅସ୍ତିତ୍ୱ ହରେଇବାକୁ ବସିଲାଣି । ଅଞ୍ଚଳର ବୁଦ୍ଧିଜୀବୀ ଓ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏହି ସଂଗ୍ରହାଳୟକୁ ପୁନଃରୁଦ୍ଧାର କରି ମୟୁରଭଞ୍ଜ ର କଳା, ସଂସ୍କୃତି ଓ ପରମ୍ପରା ର ଏହି ଐତିହ୍ୟକୁ ସୁରକ୍ଷିତ ରଖିବାକୁ ଦାବୀ କରିଛନ୍ତି  ।


ଦେଖିବାକୁ ବାକି ରହିଲା ଏହି ଐତିହ୍ୟ,କଳା, ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରି ରଖିଥିବା ସର୍ବ ପୁରାତନ ସଂଗ୍ରହାଳୟ ଉପରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ପଡୁଛି କେବେ ?? ବୋଲି ଅଧିକାଂଶଙ୍କ ମନରେ ପ୍ରଶ୍ନ ଜାଗିଛି I 

Leave A Reply

Your email address will not be published.