ପଶ୍ଚିମବଙ୍ଗରେ ବେକାବୁ କରୋନା, ଫେରିଲା କଟକଣା
- ସ୍କୁଲ, କଲେଜ ବନ୍ଦ
କୋଲକାତା//TATKAL ODISHA,//
ପଶ୍ଚିମବଙ୍ଗରେ ବେକାବୁ କରୋନା, ପୁଣି ଫେରିଲା କଟକଣା I ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି I
କୋଲକାତା ସମେତ ହାୱାଡା ଜିଲ୍ଲାରେ ସ୍ଥିତି ବିଗିଡ଼ିଛି I
ପଶ୍ଚିମବଙ୍ଗ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି I ହାୱାଡା ସମେତ ଅନ୍ୟ କିଛି ସ୍ଥାନରେ ସ୍କୁଲ ଓ କଲେଜ ବନ୍ଦ ଘୋଷଣା ହୋଇଛି I
ଏଥିରେ ଉଲ୍ଲଘଂନ କଲେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି I