ପୁଣି ଜାଡ଼, ପୁଣି କୁହୁଡି଼

0
  • କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସମ୍ବଲପୁର, ଭୁବନେଶ୍ୱର //TATKAL ODISHA//

ପୁଣି ବଡ଼ିବ ଜାଡ଼, ପୁଣି ଘନ କୁହୁଡି଼ ମାଡ଼ି ଆସିବ I

ପୁରୁଣା ବର୍ଷର ଶେଷ ଭାଗରେ ଶୀତର ପ୍ରକୋପ କମିଥିଲା I ନୂଆବର୍ଷ ଆରମ୍ଭରୁ ସ୍ଥିତି ବଦଳିଛି I

ସୋମବାରରୁ ରାଜ୍ୟରେ ପୁଣି ଶୀତ ଲହରି ଜାରି ରହିବ ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡିଶାରେ ପ୍ରବଳ ଶୀତ ଆଶଙ୍କା ।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ କୁହୁଡି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 8.5 ଡିଗ୍ରୀ ରେକର୍ଡ କରାଯାଇଛି ।

ଗତ 24 ଘଣ୍ଟାରେ କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସମ୍ବଲପୁର, ବରଗଡ, ଅନଗୁଳ, ଢେଙ୍କାନାଳ, ଝାରସୁଗୁଡା ଭଳି 14 ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିବା ସହ କୁହୁଡି଼ ଲାଗି ରହିଛି I

———————————————————————————

Advt

Leave A Reply

Your email address will not be published.