ସ୍ବାଗତଂ 2022: ଆତ୍ମ ସମୀକ୍ଷାର ବେଳ

0
  • 2022 ବିଶ୍ୱ ପାଇଁ ହେଉ ମଙ୍ଗଳମୟ
  • ++++++++++++++++++++++++++
  • TATKAL ODISHA //ନବବର୍ଷ ଅଭିନନ୍ଦନ//
  • +++++++++++++++++++++++++++
  • ଆଲେଖ୍ୟ //ଶ୍ରୀକାନ୍ତ ଦାଶ//
  • ++ +++++++++++++++++++++++
  • 2022ର ଆଜି ପ୍ରଥମ ଦିନ |

ଗତ ବର୍ଷ ଆମକୁ ଅନେକ ଶିକ୍ଷା ଦେଇଛି | କରୋନା ମହାମାରୀ ଏ ବର୍ଷକୁ ଇତିହାସର ବକ୍ଷରେ ଏକ ସ୍ୱତନ୍ତ୍ର କାଳଖଣ୍ଡର ମର୍ଯ୍ୟାଦା ପ୍ରଦାନ କରିବ |କରୋନାର ଭିନ୍ନ ପ୍ରଜାତି ଡେଲଟା variant ବିଶ୍ୱରେ ଆତଙ୍କ ସୃଷ୍ଟି କଲା ପରେ ଅନ୍ୟ ଏକ ରୂପ omicron ବି ମାନବ ଜାତି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ପାଇଁ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେଉଛି |ତେଵେ ବିଭିନ୍ନ ଟିକାର ଆବିଷ୍କାର ଓ ଉଦ୍ଭାବନ ମାନବ ଜାତିକୁ ଏହି ମହାମାରୀ କବଳରୁ ରକ୍ଷା କରିବାରେ କିଛି ପରିମାଣରେ ସଫଳ ହେଇଛି |

  • ନୂଆ ବର୍ଷ ଏ ମହାମାରୀରୁ ବିଶ୍ୱକୁ ମୁକ୍ତି ଦେବ, ଏ ବିଶ୍ୱାସ ରଖିବା |
ତତ୍କାଳ ଓଡ଼ିଶାର ପ୍ରାର୍ଥନା.. ନୂଆ ବର୍ଷ ଭଲରେ କଟୁ

ତଥାପି ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଆମକୁ ହାତଧୋଇବା, ମୁହଁରେ ତୁଣ୍ଡି ବାନ୍ଧିବା, ବ୍ୟକ୍ତିଗତ ଦୂରତ୍ୱ ବଜାୟ ରଖିବା ଆଦିକୁ ମାନିବାକୁ ହେବ | ସାମାଜିକ ଦୂରତ୍ୱ କଥାର ଅର୍ଥ କିଛି ଲୋକ ଭୁଲ ତର୍ଜମା କରି ସମାଜ, ପରିବାରକୁ ନଷ୍ଟ ଭ୍ରଷ୍ଟ କରିଦେଲେ |

ବ୍ୟକ୍ତିଗତ ଦୂରତା କହିଥିଲେ ଏତେ ବିଭ୍ରାନ୍ତି ହେଇ ନ ଥାନ୍ତା | ତେବେ ଏହି ମହାମାରୀ ଆମର ଜୀବନକୁ ବ୍ୟବସ୍ଥିତ କରିଦେଇଛି |

ଆମେ ଯଥେଷ୍ଟ ସ୍ୱାସ୍ଥ୍ୟ ସଚେତନ ହେଇଛେ | ପରିବାରରେ ଏକାଠି ରହିବାର ସ୍ୱାଦ ଅନୁଭବ କରୁଛେ | ଆମର ସଂସ୍କାର, ସଂସ୍କୃତି ଆପଣେଇ ବିଶ୍ୱରେ ତାହାର ଗ୍ରହଣୀୟତାକୁ ମର୍ଯ୍ୟାଦାବନ୍ତ କରିଛେ| ପାଶ୍ଚIତ୍ୟ ହାତ ଝିଙ୍କା ଝିଙ୍କି ବଦଳରେ ହାତ ଯୋଡି ପ୍ରଣାମ କରିବାକୁ ସାରାବିଶ୍ୱ ଗ୍ରହଣ କରିଛି |

2021ରେ ସରକାର କେତେକ କଟକଣା କୋହଳ କରି ଲୋକଙ୍କୁ ବୃତ୍ତି କରିବାର ସୁଯୋଗ ଦେଲେ, ଯାହା ଅର୍ଥନୀତିକୁ ଚଳ ଚଞ୍ଚଳ କଲା
| ବିଦ୍ୟାଳୟ, ମହାବିଦ୍ୟାଳୟରେ ପାଠପଢା ଆରମ୍ଭ ହେବାରୁ ଛାତ୍ର ଛାତ୍ରୀମାନେ ଓ ଅଭିଭାବକମାନେ ଆନନ୍ଦ ଅନୁଭବ କଲେ |କାରଣ ପିଲାମାନେ ଅତ୍ୟନ୍ତ ମାନସିକ ଚାପରେ ଥିଲେ |

ନୂଆ ବର୍ଷ ଆରମ୍ଭରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି, ଯାହା ସ୍ୱାଗତ ଯୋଗ୍ୟ |

ତେବେ ପିଲାଙ୍କୁ କୋଭିଡ ପ୍ରତିରୋଧି ଟିକା ଦେବା ସହ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମି ଦୃଢ଼ କରିବାକୁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବାକୁ ହେବ |ଆଉ ସବୁ କାର୍ଯ୍ୟ ପାଇଁ ସରକାରଙ୍କୁ ଦାୟୀ ନ କରି ଆମେ ଯଥା ସମ୍ଭବ ସହଯୋଗ କରିବା ଦରକାର | ତେଵେ ଏଥିପାଇଁ ଆମକୁ କୋଭିଡ କଟକଣା ମାନି ସରକାରଙ୍କୁ ସହଯୋଗ କରିବାକୁ ହେବ |

ତେବେ ଆମେ ଦେଖୁଛୁ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଗ୍ରହଣ କରାଯାଇ ଅନେକ ତଳ ତଳିଆ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଉଛି, ତାହା ଧର୍ମକୁ ଆଖିଠାର ଭଳି |

କାହା ଛତ୍ରଛାୟା ତଳେ ଦୁର୍ନୀତି ନୀତି ବୋଲି ସ୍ୱୀକୃତି ପାଉଛି?? ତାହା ସମସ୍ତଙ୍କୁ ଜଣା I

ନାରୀ, ଶିଶୁ ନିର୍ଯାତନା,ବଢ଼ି ଥିଲେ ବି ଆଇନ ଶୃଙ୍ଖଳା ଠିକ ଅଛି ବୋଲି କୁହାଯାଉଛି | ଯାହା ସୈତାନର ବେଦ ପାଠପରି ମନେ ହୁଏ | ଜଳ ନ ପିଇ ମଦ ପିଇବାକୁ ଅନେକ ସୁବିଧା ହୋଇଛି |

ଆଡଲଫ ହିଟଲରଙ୍କ ପ୍ରଚାର ମନ୍ତ୍ରୀ ଜୋସେଫ ଗୋବେଲସଙ୍କ ମତରେ ଗୋଟେ ମିଛକୁ ବାରମ୍ବାର ପ୍ରଚାର କଲେ ଲୋକେ ତାକୁ ସତ ମାନିଯିବେ |

କଣ କରାଯାଉଛି??

  • ଦୁର୍ନୀତିର ଚେର ଦୀର୍ଘ ସ୍ଥାୟୀ ହେଲା ପରେ ଦୁର୍ନୀତିମୁକ୍ତ ଶାସନ ପ୍ରସଙ୍ଗରେ ଜୋର ଦିଆଯାଉଛି I
  • ଶିକ୍ଷା,ସ୍ୱାସ୍ଥ୍ୟ ,କୃଷି ,ଭାଷା ,ସାହିତ୍ୟ,ସଂସ୍କୃତି ସବୁରେ ଆମେ 50ବର୍ଷ ତଳକୁ ଚାଲି ଗଲାପରି ଲାଗୁଚି |
  • 2021 କୁ ବିଦାୟ ଦେଇ 2022କୁ ସ୍ୱାଗତ କରିବା |
  • ନୂଆ ବର୍ଷ ନୂଆ ସମ୍ଭାବନା ନେଇ ଆସିବ, ଏ ବିଶ୍ୱାସ ରଖିବା | ଆଉ ଆଶା କରିବା ସରକାର ଛଳନା ନ କରି ସତରେ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ | ଶାସନରେ ନିରପେକ୍ଷତା ବଜାୟ ରଖନ୍ତୁ
  • ଶେଷରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ, “ରାଜ୍ୟ ବାସୀଙ୍କୁ ବିବେକି ହେବାକୁ ଆଶୀର୍ବାଦ କରନ୍ତୁ | ପୂଜ୍ୟ ପୂଜାର ମର୍ଯ୍ୟାଦା ରହୁ | ବିଶ୍ୱରେ ସର୍ବତ୍ର ଶାନ୍ତି ବଜାୟ ରହୁ |
  • ନୂଆ ବର୍ଷ 2022 ବିଶ୍ୱ ପାଇଁ ମଙ୍ଗଳମୟ ହେଉ |
    ଜୟ ଜଗନ୍ନାଥ.
    ବନ୍ଦେ ଉତ୍କଳ ଜନନୀ
  • ଶ୍ରୀକାନ୍ତ ଦାଶ
    କାର୍ଯ୍ୟକାରି ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ.

(ବ୍ୟକ୍ତିଗତ ଅଭିବ୍ୟକ୍ତି)

Leave A Reply

Your email address will not be published.