ଗାଙ୍ଗୁଲିଙ୍କୁ କରୋନା, ଡାକ୍ତରଖାନାରେ ଭର୍ତ୍ତି
କୋଲକାତା //TATKAL ODISHA//
ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି I ୪୯ ବର୍ଷୀୟ ଗାଙ୍ଗୁଲିଙ୍କୁ କୋଲକାତାର କାଠଯୋଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ଏବେ ସୁସ୍ଥ ଅଛନ୍ତି I
ଚଳିତ ବର୍ଷ ପ୍ରାରମ୍ଭରେ ସୌରଭ ଗାଙ୍ଗୁଲିଙ୍କର ହୃଦଘାତ ହୋଇଥିଲା I ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଦୁଇଥର ଆଞ୍ଜିଓପ୍ଲାଷ୍ଟ ପରେ ସୁସ୍ଥ ହୋଇଥିଲେ I