WODC ପାଇଁ ‘ଭିଜନ ଡକ୍ୟୁମେଣ୍ଟ- ୨୦୨୫’

0

– ରଦ୍ଦ ହୋଇଥିବା ଅସଂପୂର୍ଣ୍ଣ କାର୍ଯ୍ୟ ହେବ ସଂପୂର୍ଣ୍ଣ
– ଜିଲ୍ଲାରେ କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ
– ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ
– ଲୋୟର ଶୁକତେଲ୍ ପ୍ରକଳ୍ପର ପୁନରୁଦ୍ଧାର

ଭୁବନେଶ୍ୱର,//TATKAL ODISHA //


ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(WODC)ର ଭିଜନ ଡକ୍ୟୁମେଣ୍ଟ- ୨୦୨୫’ ପ୍ରସ୍ତୁତ ହୋଇଛି । ୫୮ତମ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଶେଷକରି ରଦ୍ଦ ହୋଇଥିବା ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା, କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ କାର୍ଯ୍ୟକ୍ଷମ କରିବା ଏବଂ ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦେବା ଭଳି ନିଷ୍ପତ୍ତି ନିଆଯାଇଛି ।

WODC ବୈଠକ


 ସୋମବାର ନୂତନ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ପଶ୍ଚିମାଞ୍ଚଳର ଜିଲ୍ଲାରେ ସଂପୂର୍ଣ୍ଣ ହୋଇନଥିବା ପ୍ରକଳ୍ପର ତାଲିକା ସଂପୃକ୍ତ ସାଂସଦ ଓ ବିଧାୟକଙ୍କୁ ଦେବେ । କେତେକ ପ୍ରମୁଖ ସହରରେ ପରିଷଦର ପାଣ୍ଠିରୁ ଆଧୁନିକ ପ୍ରେକ୍ଷାଳୟ ନିର୍ମାଣ ସକାଶେ ନିଷ୍ପତ୍ତି ହୋଇଛି । ଆସୁଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଫିଜିବଲ୍‌ିଟି ରିପୋର୍ଟ ଧାର୍ଯ୍ୟ ସମୟରେ ଦେବାକୁ ହେବ ।

 ବ୍ରଜରାଜନଗର ବିଧାୟକ ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟ ଶେଷ କରବା ଏବଂ ହୀରାକୁଦ ଠାରେ ଏକ ‘ଚିଲିଂ ପ୍ଲାଣ୍ଟ‘ ନିର୍ମାଣ ସକାଶେ ପ୍ରସ୍ତାବ ଦେଇଥଲେ । ସେହିପରି ଦେବଗଡ଼ରେ ଇକୋ-ଟୁରିଜିମ୍‌କୁ ସେଠାକାର ବିଧାୟକ ପ୍ରାଧାନ୍ୟ ଦେବାକୁ କହିଥିଲେ । ଲାଞ୍ଜିଗଡ଼ ବିଧାୟକ ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର ଯୋଗେ ମାଛଚାଷ କରିବାକୁ ପ୍ରସ୍ତାବ ରଖିଥିଲାବେଳେ ଖରିଆର ବିଧାୟକ ମହେନ୍ଦ୍ର ତନୟାରେ ପର୍ଯ୍ୟଟନର ବିକାଶ କରିବାକୁ ପ୍ରସ୍ତବ ରଖିଥିଲେ । ବରଗଡ଼ ସାଂସଦ ବରଗଡ଼ ଠାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ଖେଲୋ ଇଣ୍ଡିଆର ପାଣ୍ଠିକୁ ବିନିଯୋଗ ପାଇଁ ପ୍ରସ୍ତାବ ରଖିଥିଲାବେଳେ ଅନ୍ୟବିଧାୟକମାନେ ନିଜ ନିଜର ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ ।

 ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ ଭିତ୍ତିଭୂମି ବିକାଶ ଉପରେ ଅଧିକ ଫୋକସ୍ ଦିଆଯାଇଛି । ଏନେଇ ଏକ ‘ଭିଜନ ଡକ୍ୟୁମେଣ୍ଟ- ୨୦୨୫’ ପ୍ରସ୍ତୁତ କରାଯାଉଛି, ଆସନ୍ତା ଦୁଇ-ତିନି ମାସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନାବରଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ତିପାଠୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ପରିଷଦର ବଜେଟ୍ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କୋଭିଡ୍‌-୧୯ ମହାମାରୀର ମୁକାବିଲା ସକାଶେ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ପାଇଁ ଅତିରିକ୍ତ ଭାବେ ୨୫ କୋଟି ଟଙ୍କା ସରକାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଭିତ୍ତିରେ ପରିଷଦ ଲୋୟର ଶୁକତେଲ୍ ଭଳି ପ୍ରକଳ୍ପର ପୁନରୁଦ୍ଧାର କରାଯିବ ବୋଲି ପ୍ରକାଶ କରିଛନ୍ତି ।

 ପ୍ରାରମ୍ଭରେ ୫୭ତମ ବୈଠକର ବିବରଣୀକୁ ଅନୁମୋଦନ ଲାଭ କରିଛି । ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି । ଏଗୁଡ଼ିକୁ ଅଧିକ ମାନବସମ୍ବଳ ଯୋଗାଇ କିପରି ତା’ର କାର୍ଯ୍ୟଧାରାକୁ ଅଧିକ ଗତିଶୀଳ କରାଯିବ ଏବଂ ଜିଲ୍ଲାପାଳମାନେ ଅନ୍ତତଃ ପ୍ରତି ସପ୍ତାହରେ ଥରେ କାର୍ଯ୍ୟାଳୟକୁ ଯିବାକୁ ବୈଠକରେ ପ୍ରସ୍ତାବ ନିଆଯାଇଛି ।

Leave A Reply

Your email address will not be published.