ବଦଳୁଛି କି ବିଜେଡି ରଣନୀତି?

0
  • ଶାସନରେ 25 ବର୍ଷ ଗଲା, ଆହୁରି 75 ବର୍ଷ ବାକି??
  • ଭୁବନେଶ୍ୱର//TATKAL ODISHA //ANALYSIS//

“ବିଜେଡ଼ି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିବ”

ବିଜେଡିର ପଚିଶତମ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦୃଢୋକ୍ତି ପ୍ରକାଶ କରିଵା ପରେ ବିରୋଧୀଙ୍କ ଶିବିରରେ “ଛନକା” ପଶିଯାଇଛି I

ଅର୍ଥାତ ବିଜେଡି 25 ବର୍ଷ  ଶାସନ କରିସାରିଛି, ଆହୁରି 75 ବର୍ଷ ଶାସନ କରିବ?  

ପୂର୍ବରୁ ନବୀନବାବୁ ଏଭଳି ବୟାନ ଦେଵା କେହି ଶୁଣି ନ ଥିଲେ I ହଠାତ ଶହେ ବର୍ଷ ଧରି ଶାସନର ‘ବାକଡୋର’କୁ ଧରି ରଖିବାର ଦମ୍ଭୋକ୍ତି କରିବାର ମହତ୍ତ୍ୱ ଅନେକ I

ତିନି ପ୍ରତିଦ୍ବନ୍ଦୀ ଦଳ

ନବୀନ କାହିଁକି ଏପରି କଥା କହିଲେ? ବିରୋଧୀଙ୍କୁ ସେ ଆଦୌ  ଗୁରୁତ୍ୱ ଦେଉନାହାନ୍ତି କି?? ନା’ ଉପଠାଉରିଆ ଭାବେ କହିଲେ??

ପୂର୍ବରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ୫୦ ବର୍ଷ ଓ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ “ବିଜେଡି ଆହୁରି ୩୦ ବର୍ଷ” ଶାସନ କରିବ ବୋଲି ପୂର୍ବାନୁମାନ କରିଥିଲେ? ଆଉ କିଛି ନେତା ବି ଅନୁରୂପ କଥା ଦୋହରାଉଛନ୍ତି I

ତେବେ ନବୀନ ବାବୁ ଉପରଠାଉରିଆ ଭାବେ ଏଭଳି ବଡ଼ ବୟାନ ଦେଇ ନ ଥିବା ଜଣାପଡୁଛି I ତାହା ତାଙ୍କ ଷ୍ଟ୍ରାଟେଜିର ବଡ଼ ଅଂଶ କୁହାଯାଇପାରେ I

ଯଦି ନବୀନଙ୍କ ଶାସନକୁ ତର୍ଜମା କରାଯାଏ, ତାହାଲେ ସମାଜର ଗରୀବ ଲୋକଙ୍କ ପାଇଁ କିଛି ସଫଳ ଯୋଜନା ଏବଂ ବିରୋଧୀ କଂଗ୍ରେସ ଓ ବିଜେପିକୁ ଶାସନ ଠାରୁ ଦୁରେଇ ରଖିବାର ‘ରଣନୀତି’ ତାଙ୍କୁ ସଫଳ ରାଜନେତା ହେବାର ଗୌରବଲାଭ କରିଛନ୍ତି I ଦ୍ଵିତୀୟରେ କୌଣସି କଥାରେ ‘ପ୍ରତିକ୍ରିୟାଶୀଳ’ ନ ହେବା ଓ ସବୁ ଘଟଣା ଓ ଦୁର୍ଘଟଣାରେ ବିରୋଧୀ ପାଟି କରିବା ପୂର୍ବରୁ ଆର୍ଥିକ ପ୍ୟାକେଜ ଘୋଷଣା ଓ ଇନକ୍ୱାରୀ କରିବା ବି ତାଙ୍କ କାର୍ଯ୍ୟଶୈଳୀର ଆଉ ଏକ ପ୍ରମୁଖ ଦିଗ I ପ୍ରାୟ ଅଧିକାଂଶ ଘଟଣାରେ ଏହା ଦେଖାଯାଉଛି I

ବିଜେଡି ପ୍ରତିଷ୍ଠା ଦିବସରେ ଆଉ ଏକ ବଡ଼ ବୟାନ ବି ଦେଇଛନ୍ତି “ପଟ୍ଟନାୟକ”I

ତାହା ହେଉଛି ପାଞ୍ଚ ବର୍ଷରେ 10% ଗରିବୀ କମିବ I ଅର୍ଥାତ ରାଜ୍ୟରେ 63% ଗରିବୀ ଥିଲା, ଏବେ 29% ରହିଛି I ତାହା ସମ୍ଭବ କି?

ଜୁନ୍ ୨୦୧୯ରେ ୧୬ଶ ବିଧାନସଭାର ପ୍ରଥମ ଅଧିବେଶନକୁ ଉଦବୋଧନ ଦେଇ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  କହିଥିଲେ, “ରାଜ୍ୟ ସରକାର ପାଞ୍ଚ ବର୍ଷରେ ରାଜ୍ୟରେ ଗରିବୀ ୫%କୁ ହ୍ରାସ କରିବେ।”

ଅର୍ଥନୈତିକ ସର୍ଭେ ରିପୋର୍ଟ -2020-21

ହେଲେ ସେବେଠାରୁ ପ୍ରାୟ ଅଢେଇ ବର୍ଷ ଭିତରେ ନବୀନ ବାବୁ ଏନେଇ କିଛି କହି ନଥିଲେ, ଏବେ ବଡ଼ ବୟାନ ଦେଵା ପଛରେ ବଡ଼ “ଷ୍ଟ୍ରାଟେଜି” ଥିବା ଚର୍ଚ୍ଚା ହେଉଛି I ତେବେ ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ “ଗରିବୀ କମିଛି, ମୁଣ୍ଡପିଛା ଆୟ ବଢିଛି” ବୋଲି କୁହାଯାଇଛି I ତଥ୍ୟଭିତିକ ରିପୋର୍ଟ ବି ଦିଆଯାଇଛି I

ମାତ୍ର ବିପିଏଲ କାର୍ଡ ପ୍ରଦାନ କ୍ଷେତ୍ରରେ ଏହି ତଥ୍ୟର ହିସାବ ସବୁ ଗୋଳମାଳ କରିଦେଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି I

  ଯଦି ବିଜଦର ୨୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ  ଆସନ୍ତା ପାଞ୍ଚ ବର୍ଷରେ ରାଜ୍ୟର ଗରିବୀ ୧୦%କୁହ୍ରାସ ହୋଇଯାଏ, ତାହାଲେ କେବଳ ରାଜ୍ୟ ନୁହେଁ ଦେଶ ପାଇଁ ବି ଶୁଭଙ୍କର ହେବ, ଏଥିରେ ଦ୍ବିମତର ପ୍ରଶ୍ନ ନାହିଁ I 

Leave A Reply

Your email address will not be published.