ନେହେରୁଙ୍କ କଥା ସତ, ଯୁବକଜଣକ ହେଲେ ଭାରତର ପ୍ରଧାନମନ୍ତ୍ରୀ

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//ଶ୍ରଦ୍ଧାଞ୍ଜଳି//

 “ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ’                                                                 – ଅଟଳ ବିହାରୀ ବାଚପେୟୀ


  ମୋରର୍ଜି ଦେଶାଇଙ୍କ ସରକାରରେ ବାଜପେୟୀ  ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ସେହି ସମୟରେ ଏହି ବିବୃତି ସେ ଦେଇଥିଲେ I  ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ; ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ ।


ବାଚପେୟୀ ସଂସଦରେ (1957-1959) ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏପରିକି ନେହେରୁ କହିଥିଲେ, ଏହି ଯୁବକଜଣକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ I

ତାହା ହିଁ ସତ ହେଲା I

ବାଚପେୟୀଙ୍କ ଜୀବନୀ : ଜାଣନ୍ତୁ…


ଅଟଳ ବିହାରୀ ବାଜପେୟୀ I ୧୯୨୪  ଡିସେମ୍ବର ୨୫ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ ।


   କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କାର୍ଯ୍ୟ କରୁଥିଲେ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍‍ଏସ୍‍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ଏମ୍‍ଏ ପରେ ପରେ ସେ କାନପୁରରେ ଏଲ୍‍ଏଲ୍‍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଥିଲେ ।ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ ।


ରାଜନୈତିକ ଜୀବନ 

 ୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା । ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା ।

ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ ।  ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା । ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ସେ ରାଜନୀତର ପାଠ ପଢ଼ିଥିଲେ ।

୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ସେ ନଅଥର ଲୋକ ସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ ବର୍ଷକୁ ଛାଡିଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି । ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ, ଚାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ୬ଥର ବିଜୟୀ ହୋଇଛନ୍ତି ।

୧୯୫୫ରେ ପ୍ରଥମ କରି ସେ ଲୋକ ସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକ ସଭାକୁ ପ୍ରଥମ କରି ଯାଇଥିଲେ । 

୧୯୫୯ରୁ ୧୯୭୭ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ ।

  • ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହଙ୍କ ପରେ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଦିନ ଦାୟିତ୍ୱ ତୁଲାଇଛନ୍ତି ।

୧୯୯୬ରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ । ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ।

(ସଂଗୃହିତ-wikipedia)

Leave A Reply

Your email address will not be published.