ଆରପାରିରେ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

0
  • ଗଞ୍ଜାମ ଟାଇଗର” ଭାବେ ଚର୍ଚ୍ଚିତ ଥିଲେ
  • ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ
  • ଭୁବନେଶ୍ୱର, ବ୍ରହ୍ମପୁର //TATKAL ODISHA//

ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ, ଗଞ୍ଜାମ ଟାଇଗର ତଥା ବିଶିଷ୍ଟ ଆଡ଼ଭୋକେଟ ରାମକୃଷ୍ଣ ପଟ୍ଟନାୟକ ଆଉ ଇହଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ହୋଇଥିଲା I

ବିଜୁ ଜନତା ଦଳ ପ୍ରତିଷ୍ଠା ଦିନ (26.12.2021) ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଦଳର ସଭାପତି ଭାବେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରୁଛନ୍ତି…

ଫଟୋରେ……(ପାର୍ଶ୍ୱରେ ବିଜୟ ମହାପାତ୍ର, କଳ୍ପତରୁ ଦାସ, ପ୍ରସନ୍ନ ଆଚାର୍ଯ୍ୟ ଓ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ I ବିଜେଡି ପ୍ରତିଷ୍ଠା ଦିବସର ଦୁଇ ଦିନ ପୂର୍ଵରୁ ସେ ଆରପାରିକୁ ଚାଲିଗଲେ I )

15 ଅଗଷ୍ଟ 1940ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ପଟ୍ଟନାୟକ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ I ସେ 1977,1980,1995 ଓ 2000ରେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ I ତାଙ୍କର ନିର୍ବାଚନ ମଣ୍ଡଳୀ କୋଦଳା I

ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ  “ଗଞ୍ଜାମ ଟାଇଗର” ଭାବେ ପରିଚିତ ଥିଲେ I ସେ ପ୍ରଥମେ ଜନତା ଦଳ ଓ ପରେ  ବିଜୁ ଜନତା ଦଳ(ବିଜେଡି)ରେ ଥିଲେ I ନବୀନଙ୍କ ସହ ମନାମାଳିନ୍ୟ କାରଣରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ I ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଥିଲେ I 

ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ…1940-2021

ସେ ନବୀନ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ଅର୍ଥ ମନ୍ତ୍ରୀ ଥିଲେ Iତାଙ୍କ ପତ୍ନୀ କୁମୁଦିନୀ ପଟ୍ଟନାୟକ ପୂର୍ବତନ ସାଂସଦ ଥିଲେ ।

ତାଙ୍କ ମୃତ୍ୟୁ ପ୍ରଚାର ହେବା ମାତ୍ରେ ତାଙ୍କ ଭୁବନେଶ୍ୱର ବାସଭବନରେ ପ୍ରବଳ ଭିଡ଼ ହୋଇଥିଲା I ବହୁ ରାଜନେତା, ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ I

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି I

  • ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ
    ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର//TATKAL ODISHA//

ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ୤ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ ୤ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ ୤ ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା ୤

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ୤

Leave A Reply

Your email address will not be published.