ଏନଏସଆଇସିର ସ୍ଵାଧୀନ ନିର୍ଦ୍ଦେଶକ ହେଲେ କାଳନ୍ଦୀ ସାମଲ

0
  • ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନଏସଆଇସି)ର ସ୍ଵାଧୀନ ନିର୍ଦ୍ଦେଶକ ଭାବେ କାଳନ୍ଦୀଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି

ଭୁବନେଶ୍ବର,//TATKAL ODISHA//

ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି)ର ସ୍ଵାଧୀନ ନିର୍ଦ୍ଦେଶକ ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି ।

ଶ୍ରୀ ସାମଲ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରରୁ ଜନ ପ୍ରତିନିଧ୍ଵତ୍ଵ କରୁଥିବା ଶ୍ରୀ ସାମଲଙ୍କୁ ଏନଏସିଆଇସିର ସ୍ଵାଧୀନ ନିର୍ଦ୍ଦେଶକ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ଏନଏସିଆଇସି ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ଏକ ରାଷ୍ଟ୍ରୟତ ଉଦ୍ୟୋଗ ।

ଏ ସମ୍ପର୍କରେ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଡେପୁଟି ସଚିବ ଏସ.କେ ବର୍ମା ଶ୍ରୀ ସାମଲଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି |

Leave A Reply

Your email address will not be published.