ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟ ଭୁବନେଶ୍ୱର ବାସିନ୍ଦା

0

  • ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 4 
  • ଭୁବନେଶ୍ୱର//TATKAL ODISHA//

ହୁ ହୁ ହୋଇ କାୟା ବିସ୍ତାର କରି ଚାଲିଛି ଓମିକ୍ରନ I ଗୁରୁବାର ଭୁବନେଶ୍ୱରରେ  ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହୋଇଛି

  ଭୁବନେଶ୍ୱର ଚି଼ହ୍ନଟ  ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡ଼ିଛି । ବୁଧବାର ମୋଟ  ୮ଜଣଙ୍କର ଜିନମ ଟେଷ୍ଟିଂ କରାଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର ଓମିକ୍ରନ୍ ସଂକ୍ରମିତ ବୋଲି ଜଣାପଡ଼ିଛି । ଉଭୟ ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ଆଇଏଲ୍‌ଏସ୍ ପକ୍ଷରୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ  କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସହରର ଆଉ ଏକ ସ୍ଥାନକୁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୬୪ ନମ୍ବର ୱାର୍ଡ ଅନ୍ତର୍ଗତ କସ୍‌ମୋପଲିସ ଅ।ପାର୍ଟମେଣ୍ଟର ଫ୍ଲାଟ ନମ୍ବର ଜି- ୧୧୨, ଜି-୧୩୨, ଜି-୧୪୨ ଓ ଜି-୧୫୧ରୁ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ଫ୍ଲାଟ୍‌ଗୁଡିକୁ କଣ୍ଟେନ୍‌ମେଣ୍ଟ କରାଯାଇଛି । କଣ୍ଟେନ୍‌ମେଣ୍ଟ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ଲୋକଙ୍କ ଯିବା ଆସିବାରେ କଟକଣା ଲଗାଯାଇଛି।

  • Tatkal odishaର ପୂର୍ଵ ରିପୋର୍ଟ ଦେଖନ୍ତୁ…

ଓମିକ୍ରନ ଭୟ :ଦୈନିକ ୭୦,୦୦୦ ନମୁନା ପରୀକ୍ଷା ଲକ୍ଷ୍ୟ

ଓମିକ୍ରନ ଭୟ :ଦୈନିକ ୭୦,୦୦୦ ନମୁନା ପରୀକ୍ଷା ଲକ୍ଷ୍ୟ

Leave A Reply

Your email address will not be published.