୫୮% ୫ମ ପିଲା ଜାଣନ୍ତି ନାହିଁ ୨ୟ ଶ୍ରେଣୀ ପାଠ

0
  • ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ଓ ତାର ସମାଧାନ
  • GUEST EDITOR //ଶ୍ରୀକାନ୍ତ ଦାଶ//
  • ++++++++++++++++++++++++++
  • TATKAL ODISHA//ତୀର୍ଯ୍ୟକ//

ଲାଳୟେତ୍ ପଞ୍ଚ ବର୍ଷାଣି,ଦଶ ବର୍ଷାଣି ତାଡୟେତ୍

ପ୍ରାପ୍ତେଷୁ ଷୋଡଶେ ବର୍ଷେ ପୁତ୍ରଂମିତ୍ରମୀବାଚରେତ୍”

  • – ଚାଣକ୍ୟ
  • ମାନବତାର ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବା ପୂର୍ବରୁ ମୁଁ ବାଗ୍ମୀ ସ୍ୱ.ବିଶ୍ୱନାଥ କରଙ୍କ “ଇତିହାସ’ପ୍ରବନ୍ଧର ପ୍ରଥମ ପାରା ଉଦ୍ଧୃତ କରିବା ଉଚିତ୍ ମନେକରେ.| ତାଙ୍କ ମତରେ ଏ ସଂସାରରେ ସାଧାରଣତଃ ଦୁଇଶ୍ରେଣୀର ମନୁଷ୍ୟ ଦେଖା ଯା’ନ୍ତି| ଏକ ଶ୍ରେଣୀ ପ୍ରୁଥିବୀର ନାନା ବସ୍ତୁ ଦର୍ଶନ କରନ୍ତି,ସମ୍ଭୋଗ କରନ୍ତି,ମାତ୍ରକୌଣସି ବସ୍ତୁର ତତ୍ତ୍ୱ ନିରୂପଣକରିବା ବିଷୟରେ ସେମାନଙ୍କ ପ୍ରୟାସ ଦେଖାଯାଏ ନାହିଁ | କି ପ୍ରଣାଳୀ ବା ସୂତ୍ରରେ କେଉଁ ବସ୍ତୁ ସେମାନଙ୍କ ନିକଟସ୍ଥ ହେଲା ବା କିପରି ତାର ସଦ୍ ବ୍ୟବହାର କରିବାକୁ ହେବ ଇତ୍ୟାଦି ବିଷୟକ ଚିନ୍ତା ସେମାନଙ୍କ ମନମଧ୍ୟରେ ସ୍ଥାନ ପ୍ରାପ୍ତ ହୁଏ ନାହିଁ |
ସରକାରୀ ସ୍କୁଲ

ଅପର ଶ୍ରେଣୀ-ସୁକ୍ଷ୍ମ ବୁଦ୍ଧି ସଂପନ୍ନ,ଚିନ୍ତାଶୀଳ | ଏହି ଶ୍ରେଣୀର ଲୋକ ମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସଂସାଧିତ ହୁଏ |ପ୍ରକୃତ ପକ୍ଷେ ଏହିଚିନ୍ତା ଶିଳତା ସୁକ୍ଷ୍ମଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସ ହିଁ ମନୂଷ୍ୟତ୍ୱର ବିଶେଷ ଲକ୍ଷଣ |ଏହାରି ପ୍ରଭାବରେ ମାନବ ସମାଜରେ ବୈଷୟିକ ଓ ଆଧ୍ୟାତ୍ମିକ ସର୍ବବିଧ ଉନ୍ନତି ସଂସାଧିତ ହୋଇଛି |

ଜଣେ ଚିନ୍ତାଶୀଳ ପଣ୍ଡିତ କହିଛନ୍ତି’ Of the universal mind each individual man is an incarnation’.ମନୁଷ୍ୟଯେ ଅନନ୍ତ ଦେବଙ୍କର ପ୍ରତିକୃତି, କେବଳ ଏହି ଶେଷୋକ୍ତ ଶ୍ରେଣୀର ମନୂଷ୍ୟମାନଙ୍କ ପ୍ରତି ଦୃଷ୍ଚି ଦେଲେ ତାହା ବୁଝାଯାଏ | ପ୍ରକ୍ରୁତିସ୍ଥ ମନୂଷ୍ୟର ମନ ନିତ୍ୟ କ୍ରିୟାଶୀଳ | ଅନନ୍ତ ପ୍ରକ୍ରୁତି ସହ ତାର ନିତ୍ୟ ଯୋଗ | ସେ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତସଂଗେ ଘନିଷ୍ଠ ଭାବରେ ସମ୍ବନ୍ଧ |ଏହି ସମ୍ବନ୍ଧ ବିଚ୍ଛିନ୍ନହେଲେ ମାନବ ଜୀବନର ମୂଲ୍ୟ କିଛି ରହେନାହିଁ |

ଉପରୋକ୍ତ ଆଲୋଚନାରୁ ସୁସ୍ପଷ୍ଟ ଯେ ମାନବ ହେବାପାଇଁ ବିଦ୍ୟାର ଆବଶ୍ୟକତା ରହିଛି | ଯାହା ମଣିଷକୁ ଅନୁସନ୍ଧିତ୍ସୁ କରାଏ, ବିଶ୍ୱମୁଖିକରାଏ | ମାତ୍ର ଆଜିର ଶିକ୍ଷା ବ୍ୟବସ୍ଥା ବିଶେଷ କରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଜଣାପଡେ ଏହା ଶିଶୁକୁ ମାର୍ଜିତ କରି ଉପଯୁକ୍ତ ମଣିଷ କରିବାରେ କେତେ ବିଫଳ!

ରାଜ୍ୟ ସରକାର ସାର୍ବଜନୀନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କରିଛନ୍ତି | ହିସାବରୁ ଜଣାଯାଏ ଯେ ରାଜ୍ୟରେ ୩୫୯୨୮ଟି ପ୍ରାଥମିକ ବିଦ୍ୟାଳୟ ଓ ୨୦୪୨୭ଟିଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷାଦାନ କରୁଚନ୍ତି | ଆହୁରିମଧ୍ୟ ୪୯୧ଟି ନୂଆ ପ୍ରାଥମିକ ଓ୪୯୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସର୍ବଶିକ୍ଷା ଅଭିଯାନରେ ସାମିଲ ହୋଇ ଅନଗ୍ରସର ଅଞ୍ଚଳରେ ଶିକ୍ଷାଦାନ କରୁତନ୍ତି | ଏହିସବୁ ବିଦ୍ୟାଳୟ ଗୁଡିକରେ ପ୍ରାୟ୬୬ ଲକ୍ଷ ୬ରୁ୧୪ ବର୍ଷ ବୟସର ପିଲା ଶିକ୍ଷାଲାଭ କରୁଚନ୍ତି |

ଶତ ପ୍ରତିଶତ ପିଲାଙ୍କୁ ଶିକ୍ଷାପ୍ରଦାନ ପାଇଁସରକାର କୋହଳ ନୀତି ଅନୁସରଣ କରିଚନ୍ତି | ଏଥିରେ କେବିକେ ଜିଲ୍ଲା ତଥା ଜନଜାତି ବହୁଳ ଅଞ୍ଚଳରେ ପ୍ରତି ୨୫ଜଣ ୬ରୁ୧୪ ବର୍ଷ ବୟସର ପିଲାଙ୍କୁ ନେଇ ୧କି.ମି.ବ୍ୟବଧାନରେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ |ଏହାଛଡା ରାଜ୍ୟରେ୨୧୮ଟି ପ୍ରାଥମିକ ବିଦ୍ୟାଳୟ ସଂଖ୍ୟାଲଘୁ ତଥା ମିଶନାରୀ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି |ଯେଉଁଠି୫୯୯ ଜଣ ଶିକ୍ଷକ ସରକାରଙ୍କଠାରୁ Grant-in-aid ପାଭଛନ୍ତି |

ଶିକ୍ଷାପ୍ରସାର ପାଇଁ ସରକାର ମାଗଣା ପୁସ୍ତକ ତଥା ଶୈଖିକ ଉପକରଣ ପ୍ରଦାନ କରୁତନ୍ତି |ପଡୋଶୀ ରାଜ୍ୟରେ ଥିବା ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକୁ ମଧ୍ୟ ରାଜ୍ୟସରକାର ପୁସ୍ତକ ଯୋଗାଣ ସହ ଆର୍ଥିକ ଅନୁଦାନ ପ୍ରଦାନ କରୁଚନ୍ତି |
ଏସବୁ ସତ୍ତ୍ୱେ ସରକାରଙ୍କ ପ୍ରାଥମିକ ଶିକ୍ଷା ସଂପର୍କୀତ ବାର୍ଷିକ ତଥ୍ୟ ଓଲଟା କଥା କହୁଚି |ଏହି ରିପୋର୍ଟ(Annual status of educational report-AESR)ଅନୁସାରେ ୫୮% ୫ମ ପିଲା ୨ୟ ଶ୍ରେଣୀ ପାଠ ଜାଣନ୍ତିନାହିଁ |ଏପରିକି ୩.୨ %୫ମ ପିଲା ୧ରୁ୯ ଯାଏଁ ସଂଖ୍ୟା ଚିହ୍ନି ପାରନ୍ତି ନାହିଁ | ଆଉ ୧୩.୮% ୫ମ ପିଲା୧ରୁ୮ ଯାଏଁ ସଂଖ୍ୟା ଚିହ୍ନି ପାରନ୍ତି.୩୩.୧% ୫ମ ପିଲା ୧୦ରୁ୯୯ ମଧ୍ୟରେ ସଂଖ୍ୟା ଚିହ୍ନି ପାରନ୍ତି | ୨୪.୫% ୫ମ ପିଲା ଫେଡାଣ ଅଙ୍କ ଜାଣନ୍ତି | ୩ୟ ଶ୍ରେଣୀ ପିଲାଙ୍କ ମଧ୍ୟରୁ୩୦.୯% ଫେଡାଣ କରିପାରନ୍ତି.(୨୦୧୮ ରିପୋର୍ଟ)| ୨୦୧୬ ରେ ଏହା୩୩.୯% ଥିଲା |

ଗୋଟିଏ ଉଦାହରଣ ଦେଲେ କଥାର ସତ୍ୟତା ଜଣାଯିବ | ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ର ଗୁଣ୍ଡିଚାପଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ୧ମ ରୁ ୫ମ ସାଏଁ ୫୬ ଜଣ ପିଲାଙ୍କୁ ପାଠ ପଢାସହିତ ଅନ୍ୟ ସମସ୍ତ କଥା ବୁଝନ୍ତି | ତାଙ୍କ ମତରେ ସମସ୍ତଙ୍କୁ ଠିକ୍ରେ ପଢାଇବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ | ଆହୁରି ମଧ୍ୟ ମାଲକାନଗିରି ଜିଲ୍ଲା ମୂଖ୍ୟାଳୟ ଠାରୁ ମାତ୍ର୧୫ କି.ମି. ଦୂରରେ ଥିବା ମାସାଗୁଡା ପ୍ରାଥମିକ ବିଦ୍ୟାଳୟରେ ୧ମରୁ ୫ମ ଯାଏଁ ପିଲା ମାତ୍ର ଗୋଟିଏ ଶ୍ରେଣୀରେ ବସି ପାଠ ପଢନ୍ତି |ଏହି Survey report ରୁ ଜଣାଯାଏ, ୯.୬% ପ୍ରାଥମିକ ବିଦ୍ୟାଳୟରେ ବାଳିକା ମାନଙ୍କ ପାଇଁ ସ୍ୱତନ୍ତ୍ର ଟୟଲେଟ୍ ସୁବିଧା ନାହିଁ |
୫୬.୭%ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନାହିଁ ଓ ୮୧.୩% ବିଦ୍ୟାଳୟ ରେ Computer ନାହିଁ | ଏଭଳି ସ୍ଥିତିରେ ପ୍ରାଥମିକ ଶିକ୍ଷାର ଆହୁରି ଅନେକ ଦୂର୍ବଳତା ରହିଚି. ଘର, ପାନୀୟଜଳ ବ୍ୟବସ୍ଥା,ଶୈକ୍ଷିକ ଉପକରଣ ଅଭାବ, ଶିକ୍ଷକ ଅଭାବ ଆଦି ଏ ଶିକ୍ଷାକୁ ବିପର୍ଯ୍ୟସ୍ତ କରିଚି |ଆଉମଧ୍ୟ ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ଏହାର ବିପର୍ଯ୍ୟୟକୁ ତ୍ୱରାନ୍ୱିତ କରିଚି |

ଚାଣକ୍ୟନୀତି କହେ “ଲାଳୟେତ୍ ପଞ୍ଚ ବର୍ଷାଣି,ଦଶ ବର୍ଷାଣି ତାଡୟେତ୍,ପ୍ରାପ୍ତେଷୁ ଷୋଡଶେ ବର୍ଷେ ପୁତ୍ରଂମିତ୍ରମୀବାଚରେତ୍”|

ଶିଶୁ ମନଲାଖି ଶିକ୍ଷାକୁ ଉତ୍ସାହିତ କରି ଆମେ ଗୁଡିଏ ଅକାଳ କୁଷ୍ମାଣ୍ଡ ସୃଷ୍ଟି କରିଚାଲିଚେ |ଫସଲକୁ କୋଡାଖୋସା କଲାପରି ପିଲାଙ୍କୁ ଆବଶ୍ୟକସ୍ଥଳେ ଶାସନ କରି ବିଦ୍ୟାମନସ୍କ କରିବାକୁ କିଛି ବୁଦ୍ଧିଜୀବି ଗ୍ରହଣ କରିପାରୁ ନାହାନ୍ତି |

ଏବେ ୧ମ ଶ୍ରେଣୀରୁ Spoken english ପ୍ରଚଳନ କରିବାକୁ ସରକାର ଏକ ଭୟଙ୍କର ନିଷ୍ପତ୍ତି କରିଚନ୍ତି | ଏହାଦ୍ୱାରା ପ୍ରାଥମିକ ଶିକ୍ଷା ଅଧିକ ବିପର୍ଯ୍ୟସ୍ତ ହେବାସହ ଓଡିଆ ଭାଷା ମରଣ ଦିଗରେ ଦୃତ ଧାବିତ ହେବ |ବଂଗାଳୀଙ୍କ ଚକ୍ରାନ୍ତକୁ ପ୍ରତିହତ କରି ପ୍ରଥିତଯଶା ମନିଷୀ ମାନେ ଏହି ଓଡିଆଭାଷାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଥିଲେ ଓ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନରେ ସହାୟକ ହୋଇଥିଲେ | ପରବର୍ତ୍ତି ସମୟରେ ଅନେକଙ୍କର ଉଦ୍ୟମରେ ଏହା ଶାସ୍ତ୍ରୀୟଭାଷାର ମାନ୍ୟତା ଲାଭକଲା | Sokenenglish ପ୍ରଚଳନ ହେଲେ ସେହି ସମସ୍ତ ଓଡିଆ ପ୍ରାଣ ବ୍ୟକ୍ତିତ୍ୱଙ୍କ ପରିଶ୍ରମ ବ୍ୟର୍ଥହେବା ସହ ଆମେ ଆମର ପରିଚୟ ହରାଇ ଦେବା | ଏଣୁ ଏଭଳି ସ୍ଥିତିରେ ସରକାରଙ୍କୁ କିଛି ପରାମର୍ଶ ଦେବା ଉଚିତ୍ ମନେକରେ…

  • -ବିଦ୍ୟାଳୟ ପରିସର ଦଣ୍ଡମୁକ୍ତ ଅଞ୍ଚଳ–ଏହା ପ୍ରତ୍ୟାହାର ହେଉ |
  • ୨-toll free ନଂ ମାଧ୍ୟମରେ ଶିକ୍ଷକଙ୍କ ବିରୋଧରେ ଛାତ୍ରଙ୍କ ଅଭିଯୋଗ–ଏହା ଗ୍ରହଣୀୟ ନୂହେଁ |
  • ୩-ବିଦ୍ୟାଳୟରେ ଶିକ୍ଷକ ଛାତ୍ର ଅନୁପାତ ଅନ୍ତତଃ ୧:୨୦ ରହିବା ଭଲ | ଏଥିପାଇଁ ଅଧିକ ତାଲିମ୍ ପ୍ରାପ୍ତ ଶିକ୍ଷକ ନିଯୁକ୍ତ ହେବା ଦରକାର |
  • ୪ -ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି କରାଯାଉ |
  • ୫-ପାନୀୟଜଳଯୋଗାଣ, ପରିମଳବ୍ୟବସ୍ଥା,କମ୍ପ୍ୟୁଟର,ବିଦ୍ୟୁତ୍ ସଂଯୋଗ ନିଶ୍ଚିତ କରାଯାଉ |
  • ୬ -ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ବାହାର କାମ ଯଥା;- ଜନଗଣନା,ପୋଲିଓ କାର୍ଯ୍ୟକ୍ରମ,ଭୋଟର ତାଲିକା ସଂଶୋଧନ ଆଦି କାର୍ଯ୍ୟରେ ନିୟୋଜିତ କରା ନ ଯାଉ |
  • ୭ -ସମାନ ହାରରେ ଶିକ୍ଷକ ମାନଙ୍କୁ ବେତନ ପ୍ରଦାନ କରାଯାଉ | ଏବେ ସେମାନଙ୍କମଧ୍ୟରେ ତାରତମ୍ୟ ଅଶାନ୍ତିର କାରଣ ହୋଇଛି |
  • ୮ -ପାଠ୍ୟ ପୁସ୍ତକ, ଗଣବେଶ,ଓ ଅନ୍ୟ ପାଠ୍ୟଉପକରଣ ଶିକ୍ଷା ବର୍ଷ ଆରମ୍ଭରୁ ପ୍ରଦାନ କରାଯାଉ |
  • ୯- ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ ଶିକ୍ଷକଙ୍କୁ ଦୂରେଇ ରଖି ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ଏହା କରାଯାଉ |
  • ୧୦- ବିଦ୍ୟାଳୟ ନିକଟରେ ମାଦକ ଦ୍ରବ୍ୟ ତଥା ଆପତ୍ତିଜନକ ଦ୍ରବ୍ୟ ବିକ୍ରୀ ନିଷେଧ କରାଯାଉ I
  • ୧୧ -୧ମ ଶ୍ରେଣୀରୁ Spoken englishର ପ୍ରଚଳନ କରା ନ ଯାଉ |
    ଏ ଲେଖକ ଇଁରାଜୀ ଭାଷା ବିରୋଧି ନୂହେଁ, ମାତ୍ର ମାତୃଭାଷାର ଲାଞ୍ଛନା ସହ୍ୟ କରି ହେଉନି | ଏଣୁ ଲେକପ୍ରିୟ ସରକାରଙ୍କୁ ଅନୁରୋଧ ପ୍ରାଥମିକ ଶିକ୍ଷାକୁ ଗୁରୂତ୍ୱ ଦିଅନ୍ତୁ | ସତେତନ ଜନସାଧାରଣ ,ନିଜ ଅଞ୍ଚଳର ବିଦ୍ୟାଳୟପ୍ରତି ନଜର ଦିଅନ୍ତୁ |
  • ଶିକ୍ଷକଙ୍କ ଆଚରଣ ଓ ଉଚ୍ଚାରଣରେ ସମତା ରହୁ |ସରକାରଙ୍କୁ ସହଯୋଗ କରି ପ୍ରାଥମିକ ଶିକ୍ଷା ତଥା ଓଡିଆ ଭାଷାକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ହେଉ |
  • ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି,ଓଡିଆ ଜାତିୟ ସମ୍ମିଳନୀ,
    ଦୂରଭାଷ -9238304919.

Leave A Reply

Your email address will not be published.