ଖଣି ବିଭାଗରେ 15 କର୍ମଚାରୀଙ୍କୁ କରୋନା : ଦୁଇ ଦିନ ବନ୍ଦ

0

ଭୁବନେଶ୍ୱର,//TATKAL ODISHA//EXCLUSIVE//

ଲୋକସେବା ଭବନରେ ଥିବା ରାଜ୍ୟ ଖଣି ଓ ଇସ୍ପାତ ବିଭାଗରେ କରୋନାର କାୟା ପୁଣି ଗ୍ରାସ କରିଛି I ଏକାଥରେ 15 ଜଣ କର୍ମଚାରୀଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ସଟଡାଉନ କରି ଦେଇଛନ୍ତି

ଖଣି ଓ ଇସ୍ପାତ ବିଭାଗ ଦ୍ୱାରା ପ୍ରକାଶିତ ନିର୍ଦ୍ଧେଶନାମା

ବନ୍ଦ ରହିଥିବା ଦୁଇ ଦିନ ଭିତରେ ଅଫିସକୁ ସାନିଟାଇଜ କରାଯାଉଛି I ଏହି ସମୟରେ ଖଣି ବିଭାଗର ସବୁ କର୍ମଚାରୀଙ୍କର କୋଭିଡ ଟେଷ୍ଟ ବି ହୋଇଛି I ରିପୋର୍ଟ ଆସିନାହିଁ I

ତେବେ ଅଫିସ ଶୁକ୍ରବାର ଖୋଲିବା ପରେ ରୋଟେସନରେ କର୍ମଚାରୀମାନେ କାର୍ଯ୍ୟ କରିବେ I ସେଥିପାଇଁ ସ୍ୱତନ୍ତ୍ର ଦାୟିତ୍ୱ ହସ୍ତାନ୍ତର ହୋଇଛି I

Leave A Reply

Your email address will not be published.