ଝିଅଙ୍କ ବିବାହ ବୟସ 18 ନୁହେଁ ଏଣିକି 21

0
  • ପୂର୍ବରୁ ବିବାହ କଲେ ମିଳିବ ଦଣ୍ଡ
  • କ୍ୟାବିନେଟ ମୋହର ପରେ ଆଇନ ଖୁବଶୀଘ୍ର 
  • ନୂଆଦିଲ୍ଲୀ//TATKAL ODISHA//

ଏଣିକି ପୁଅ ଓ ଝିଅଙ୍କ ବିବାହ ବୟସ ସମାନ ରହିବ I ପୂର୍ବରୁ ଝିଅଙ୍କ ପାଇଁ ବିବାହର ଆଇନଗତ ବୟସ ୧୮ ଏବଂ ପୁଅଙ୍କ ବିବାହ ବୟସ ୨୧ ଥିଲା I ତାହା ପରିବର୍ତ୍ତନ ହୋଇଛି I ଏବେ ଉଭୟଙ୍କ ପାଇଁ ବୟସ ୨୧ ରହିବ I

ବାଲ୍ୟ ବିଭାହକୁ ବିରୋଧ

ଧାର୍ଯ୍ୟ ଦିନ ପୂର୍ବରୁ ବିବାହ କଲେ ଦଣ୍ଡ ମିଳିବ I ଏହାକୁ ବାଲ୍ୟ ବିଭାହ ଭାବେ ଅଭିହତ କଟାଯିବ I

   ଡିସେମ୍ବର ୨୦୨୦ରେ ଜୟା ଜେଟଲୀଙ୍କ ନେତୃତ୍ୱରେ କେନ୍ଦ୍ରର ଟାସ୍କଫୋର୍ସ ଦ୍ୱାରା ଦିଆଯାଇଥିବା ସୁପାରିଶ ଉପରେ ଆଧାର କରି କେନ୍ଦ୍ର କ୍ୟାବିନେଟ ଉକ୍ତ ପ୍ରସ୍ତାନରେ ମୋହର ଲଗାଇଛି ।

କ୍ୟାବିନେଟର ଅନୁମୋଦନ ପରେ କେନ୍ଦ୍ର ସରକାର ସଂସଦରେ ବାଲ୍ୟ ବିବାହ ନିଷେଧାଦେଶରେ ଏକ ସଂଶୋଧନ ଆଣିବେ । ହିନ୍ଦୁ ବିବାହ ଆଇନ, ୧୯୫୫ ପରି ବ୍ୟକ୍ତିଗତ ନିୟମରେ ସଂଶୋଧନ ହେବ । ବାଲ୍ୟ ବିବାହ ୨୦୧୫-୧୬ ରେ ୨୭% ରୁ ୨୦୧୯-୨୧ ରେ ୨୩%କୁ ହ୍ରାସ ପାଇଛି ।

   ଆଇନ ଆଣିବା ପୂର୍ବରୁ କେନ୍ଦ୍ର ସରକାର ଉଭୟ ସହରାଂଚଳ ଓ  ଗ୍ରାମାଂଚଳରୁ ସମାନ ଭାବରେ ମତାମତ ଗ୍ରହଣ କରିଛନ୍ତି I ବିବାହ ବୟସ ବିଷୟରେ ୧୬ଟି ବିଶ୍ୱବିଦ୍ୟାଳୟରୁ ମତାମତ ଗ୍ରହଣ କରାଯଇଛି।  ଯୁବକମାନଙ୍କ ମତାମତ ଜାଣିବା ପାଇଁ ୧୫ରୁ ଅଧିକ ଏନଜିଓ ବି  ଏଥିରେ ସାମିଲ ହୋଇଛନ୍ତି I  

Leave A Reply

Your email address will not be published.