ପ୍ରଥମ କରି ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେ !

0
  • ପ୍ରାୟ ଦେଢ଼ ବର୍ଷ ପରେ ଗୃହ ପ୍ରବେଶ ?

ଭୁବନେଶ୍ୱର //TATKAL ODISHA//

ମମିତା ମେହେର ହତ୍ୟାକାଣ୍ଡ ନେଇ ସାତ ଦିନ ଧରି ଗୃହ ହୁଲସ୍ତୁଲ ହୋଇଛି I ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହରେ ଉପସ୍ଥିତି ଦାବୀ ନେଇ ହଂଗାମା କରି ଚାଲିଛନ୍ତି I ଫଳରେ ଗୃହ ଅଚଳ ରହିଛି I

ଗୁରୁବାର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ 10ରେ ଗୃହରେ ଉପସ୍ଥିତ ରହିବେ ବୋଲି ଏକ ସୂତ୍ରରୁ ଜଣାପଡିଛି I ତେବେ ଶ୍ରୀ ପଟ୍ଟନାୟକ ଦୀର୍ଘ ପ୍ରାୟ ଦେଢ଼ ବର୍ଷ ପରେ ପ୍ରଥମ କରି ଗୃହକୁ ପ୍ରବେଶ କରିବେ I

ତେବେ ବିଧାନସଭା, ସରକାର ଵା ବିଜେଡି ପକ୍ଷରୁ ଅନୁଷ୍ଠାନିକ ଘୋଷଣା ହୋଇ ନାହିଁ I

ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ପାଇଁ ଶାସକ ଦଳର ସବୁ ସଭ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଥିବା ଚର୍ଚ୍ଚା ଜୋର ଧରିଛି I

ଅପର ପକ୍ଷରେ ବିରୋଧୀ କି ଭୂମିକା ନେବେ ଦେଖିବା କଥା I

  • ଦେଖନ୍ତୁ TATKAL ODISHAରେ ପୂର୍ଵ ପ୍ରକାଶିତ ସ୍ତମ୍ଭ …

ଅସହାୟ

ଅସହାୟ

Leave A Reply

Your email address will not be published.