ଅନଲାଇନ ଶିକ୍ଷା ଭେଳିକି?୭୧.୧୩ % ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍

0
  • ଗୃହରେ ମନ୍ତ୍ରୀଙ୍କ ସ୍ୱୀକାର

  • ଭୁବନେଶ୍ୱର,//TATKAL ODISHA//

ଓଡ଼ିଶାରେ ଅନଲାଇନ ଶିକ୍ଷା ଭେଳିକିରେ ପରିଣତ ହୋଇଛି I ସହରାଞ୍ଚଳ ଅପେକ୍ଷା ଗାଁ ଗହଳିରେ ଏହି ସମସ୍ୟା ଉତ୍କଟ ରହିଛି I ଅଧିକାଂଶ ପିଲାଙ୍କର ସ୍ମାର୍ଟଫୋନ ନ ଥିବାରୁ ଅନଲାଇନ କ୍ଲାସ କରିପାରୁ ନାହିଁ I

୭୧.୧୩ % ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍ । କେବଳ ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି । ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ୍ ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି ।

୨ଠ୨ଠ ସେପ୍ଟେମ୍ବର ମାସରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ଫୋନ୍ ଉପଲବ୍ଧତାକୁ ନେଇ ହୋଇଥିବା ସର୍ଭେରୁ ଏହି ତଥ୍ୟ ଆସିଛି । ଖୋର୍ଦ୍ଧା ଜିଲ୍ଲାରେ ୪୫.୮ଠ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବାବେଳେ କନ୍ଧମାଳ ଜିଲ୍ଲାରେ ୧୩.୩୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଏହି ସୁବିଧା ରହିଛି ।

କୋଭିଡ୍ ସମୟରେ ୟୁଟ୍ୟୁବ୍ ଜରିଆରେ ଶିକ୍ଷାଦାନ ପାଇଁ ଯେଉଁ ଉଦ୍ୟମ ହୋଇଥିଲା, ସେଥିରେ ରାଜ୍ୟରେ ହାରାହାରି ୩୩.୫୨% ପିଲା ଶିକ୍ଷା ଗ୍ରହଣରେ ସଫଳ ହୋଇଥିଲେ ।

Leave A Reply

Your email address will not be published.