ସ୍ୱର୍ଗପୁରରେ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ତ୍ରିଲୋଚନ ପ୍ରଧାନ

0
  • ପଦ୍ମଭୂଷଣ ଉପାଧିରେ ଭୂଷିତ ଥିଲେ
  • ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି
  • ଇଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଥିଲେ ପ୍ରତିଷ୍ଠାତା ନିର୍ଦେଶକ
  • ଭୁବନେଶ୍ୱର, ନୟାଗଡ//TATKAL ODISHA//


ଓଡ଼ିଶା ତଥା ଭାରତର ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନ ଆଉ ଇହ ଜଗତରେ ନାହାନ୍ତି I ଶନିବାର ପୂର୍ବାହ୍ନରେ ସେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 93 ହୋଇଥିଲା I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଫେସର ପ୍ରଧାନ (ଫାଇଲ ଫଟୋ )

  ସ୍ବର୍ଗତ  ପ୍ରଧାନ ୧୯୨୯  ଜାନୁଆରୀ ୩ ରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି, ଚିକାଗୋ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ହିଁ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ,ସେ କଲିକତାସ୍ଥିତସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ (Saha Institute of Nuclear Physics) ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସମୟ କ୍ରମେ, ସେ ସେହି ଅନୁଷ୍ଠାନରେ ଆଣବିକ ଭୌତିକ ବିଜ୍ଞାନ(Nuclear Physics) ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ୱରରେ ଭୌତିକୀ ସଂସ୍ଥାନ ପ୍ରତିଷ୍ଠା କରାଗଲା ଓ ଶ୍ରୀ ପ୍ରଧାନ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥଲେ । ସେ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନରିକୋ ଫର୍ମୀଙ୍କଠାରୁ କ୍ୱାଣ୍ଟମ ଯାନ୍ତ୍ରୀକି (Quantum Mechanics) ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି ଓ ଏସ୍. ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଥିଲେ । ସେ ଜୀବନର ଶେଷ ଯାଏ ଭାରତୀୟ ବିଜ୍ଞାନ ଅକାଦେମୀବାଙ୍ଗାଲୋର ସହିତ  ସଂଶ୍ଲିଷ୍ଟ ଥିଲେ I
ତାଙ୍କର ଏହି ସାଧନା ପାଇଁ ବହୁ ପୁରସ୍କାର ଓ ସମ୍ମାନ ମିଳିଥିଲା I 

କେଉଁ ପୁରସ୍କାର ଓ ସମ୍ମାନ ମିଳିଥିଲା?

ପ୍ରଧାନ ଲେଖିଥିବା ପୁସ୍ତକ

  • ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) – ୨୦୦୧
  • କ୍ୱାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ) 
  • ଇଲେକଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ ପାସିଙ୍ଗ ଥ୍ରୁ ହାଇଡ୍ରୋଜେନ

Leave A Reply

Your email address will not be published.