ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ

0

  • 24 ଘଣ୍ଟା ପରେ ପବନ ସହ ବର୍ଷା 
  • ଭୁବନେଶ୍ୱର//TATKAL ODISHA/

 ଦକ୍ଷିଣ ଆଣ୍ଡାମାନ ସନ୍ନିକଟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି । ଏହି ବାତ୍ୟା ‘ଜୱାଦ’ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି ।

ବାତ୍ୟା ଉତ୍ପତି ସ୍ଥଳ

 ସାଟେଲାଇଟ ଓ ମଡ୍ୟୁଲାର ରିପୋର୍ଟ ଆଧାରରେ  ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ,ଉତର-ପଶ୍ଚିମ ଦିଗରେ ତାହା ଧୀରଚଳନ କରୁଛି I ୪ ତାରିଖ ବେଳକୁ ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡ଼କୁ ମୁଁହାଇବ I 

 ବାତ୍ୟା ପ୍ରଭାବରେ ଆସନ୍ତା ୩ରୁ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବ । ପବନର ବେଗ ଘଂଟାପ୍ରତି ୪୫ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବାତ୍ୟା ସ୍ଥଳଭାଗ ନିକଟବର୍ତୀ ହେବା ବେଳେ ପବନର ବେଗ ଆହୁରି ବଢିପାରେ । 

ତେବେ ବାତ୍ୟା ଦକ୍ଷିଣ-ଓଡ଼ିଶା ଓ ଉତର-ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି Iମତ୍ସ୍ୟଜୀବୀଙ୍କୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

  • ଓଡ଼ିଶା ସରକାରଙ୍କ ସତର୍କତା : ହାଇଆଲର୍ଟ
  • ସମ୍ଭାବ୍ୟ ବର୍ଷାକୁ ଦେଖି, ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ. ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ପ୍ରଦୀପ କୁମାର ଜେନା *
  • ମଣ୍ଡିରେ ଧାନ ଥିଲେ ଘୋଡ଼ାଇ ରଖିବାକୁ କହିଲେ। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ* *ନେବାକୁ ପରାମର୍ଶ ଦେଲେ SRC ଶ୍ରୀ ଜେନା
  • ୩ ତାରିଖରୁ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା.* 

Leave A Reply

Your email address will not be published.