କେନ୍ଦ୍ରୀୟ ପ୍ରତିଷ୍ଠାନରେ 12 କୋଭିଡ ଆକ୍ରାନ୍ତ? ମନ୍ତ୍ରୀ ଗସ୍ତ ପାଇଁ ରଖାଯାଇଛି ଗୁପ୍ତ??

0
  • ନିୟମକୁ ‘ଫୁ’ କରି ଉଡାଇ ଦେଇଛି ସଂସ୍ଥା
  • TATKAL ODISHA //EXCLUSIVE //
  • ଭୁବନେଶ୍ୱର, କଟକ //ବ୍ୟୁରୋ//

ସମ୍ଭାବ୍ୟ ତୃତୀୟ ଲହର ଏବଂ ନୂଆ କୋଭିଡ ଭାରିଆଣ୍ଟ “ଓମିକ୍ରନ” ଚିନ୍ତା କେବଳ ଜନସାଧାରଣଙ୍କୁ ନୁହେଁ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘାରିଛି I ବିଶ୍ୱଵ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି I

କେନ୍ଦ୍ର ନିର୍ଦେଶରେ ସେଥିପାଇଁ ଓଡ଼ିଶା ସମେତ ସବୁ ରାଜ୍ୟ “ନୂଆ ମାର୍ଗଦର୍ଶୀକା” ଜାରି କରିଛନ୍ତି I ତେଣୁ ରୋଗର ଲକ୍ଷଣ ଦେଖା ଦେଵା ମାତ୍ରେ ଗୁପ୍ତ ନ ରଖି ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା ସହ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ନିର୍ଦେଶନାମା ରହିଛି I ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ସମ୍ଭ୍ରାନ୍ତ “କେନ୍ଦ୍ରୀୟ ପ୍ରତିଷ୍ଠାନ” ଏହି ନିୟମକୁ ‘ଫୁ’ କରି ଉଡାଇ ଦେଇଛି I ଏପରିକି କୋଭିଡ ସମ୍ପର୍କିତ ଘଟଣାକୁ ଚାପି ଦେଇଥିବା ଅଭିଯୋଗ ବି ହୋଇଛି I

ମୂଳ କାରଣ ହେଉଛି ଉକ୍ତ ପ୍ରତିଷ୍ଠାନକୁ କେନ୍ଦ୍ର ମନ୍ତୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସଂସ୍ଥାର ଉଚ୍ଚ କର୍ତୃପକ୍ଷ ଜାଣିଶୁଣି କୋଭିଡ କଥା ଜଣାଉ ନାହାନ୍ତି I

  • ପ୍ରଶ୍ନ ହେଉଛି, ସମ୍ପୃକ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନର ନାମ କଣ?
  • କାହିଁକି କଥାଟିକୁ ଗୁପ୍ତ ରଖାଯାଇଛି ??

TATKAL ODISHAର ଅନୁସନ୍ଧାନ ଟିମ ଏହା ଉପରେ ବିସ୍ତୃତ ଭାବେ ଜାଣିବାକୁ ଚାହିଁ ଥିଲା I ଆଳୁ ଖୁଳୁ ଖୁଳୁ ମହାଦେବ ଦର୍ଶନ ଭଳି ଏଠି କଥା ହୋଇଛି I ଯିଏ ଅନ୍ୟ ପାଇଁ ନିୟମ କରୁଛି, ସେ ଖୋଲାଖୋଲି ଭାଙ୍ଗି ଚାଲିଛି I

ଘଟଣାଟି ଏହିପରି I କେନ୍ଦ୍ର ମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତ ପାଇଁ ପ୍ରତିଷ୍ଠାନର ସବୁ ପଦାଧିକାରୀ ଓ କର୍ମଚାରୀଙ୍କର COVID TEST ହେଲା I ପ୍ରଥମ ରିପୋର୍ଟରେ 6 ଜଣ ଅଧିକାରୀଙ୍କ “ପଜିଟିଭ” ଆସିଲା I ପୁଣି ପରୀକ୍ଷା ହେବାରୁ ଆଉ 6 ଜଣ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କର ରିପୋର୍ଟ ବି “ପୋଜିଟିଭ” ବାହାରିଲା I ଆଉ କିଛି କର୍ମଚାରୀ ବି କୋଭିଡ ଲକ୍ଷଣ ଥିବା ଚର୍ଚ୍ଚା ହେଉଛି I

ପ୍ରତିଷ୍ଠାନର ଉଚ୍ଚ କର୍ତୃପକ୍ଷ ଏହା ଜାଣିଲା ପରେ ସେ ନିୟମାନୁସାରେ ଭୁବନେଶ୍ୱର ମହାନଗର ନିଗମ ଵା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଵା କେନ୍ଦ୍ର ସରକାରଙ୍କୁ ଜଣାଇବା କଥା I ମାତ୍ର ସେ ନ ଜଣାଇ ନିୟମର ଖୋଲା ଉଲ୍ଲଘଂନ କରିଥିବା ଚର୍ଚ୍ଚା ଜୋର ଧରିଛି I ଫଳରେ ବିଏମସି ” କଣ୍ଟେନମେଣ୍ଟ” ଘୋଷଣା କରି ପାରି ନାହିଁ I

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କୋଭିଡ ସଂକ୍ରମିତ ଦୁଇ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଗସ୍ତ ପାଇଁ ଦାୟିତ୍ୱ ମିଳିଥିବା କୁହାଯାଉଛି I ଯଦି ଏହା ସତ ତାହାଲେ ସାଙ୍ଘାତିକ I

ତେଣୁ ଏହି ସ୍ପର୍ଶକାତର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଦନ୍ତ କରନ୍ତୁ ବୋଲି ଭିନ୍ନ ମହଲରୁ ଦାବି ହୋଇଛି I

Leave A Reply

Your email address will not be published.