ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଓ ଉପଲବ୍ଧିକୁ ସମାଜ କାର୍ଯ୍ୟରେ ବିନିଯୋଗ କରାଯାଉ

0

ବରଗଡ, //TATKAL ODISHA//

ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପରିଚୟପତ୍ର ଦେବାରେ ପ୍ରଶାସନ ର ଅବହେଳା, ବରିଷ୍ଠ ନାଗରିକ ମାନଙ୍କ ଅଭିଜ୍ଞତା ଓ ଉପଲବ୍ଧିକୁ ସମାଜ କାର୍ଯ୍ୟରେ ବିନିଯୋଗ କରାଯାଉ, ଗ୍ରାମାଞ୍ଚଳରେ ରହୁଥିବା ଅସହାୟ ବୃଦ୍ଧ-ବୃଦ୍ଧା ଠିକ୍ ସମୟରେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ଉପସ୍ଥାପନ କରାଯିବ I

ବରଗଡ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ସାଧାରଣ ଅଧିବେଶନରେ ଏହି ଦାବି ନେଇ ନିଷ୍ପତ୍ତି ହୋଇଛି I ସଙ୍ଘର ସଭାପତି ପ୍ର ଅମରେନ୍ଦ୍ର ନାରାୟଣ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଦିଗପ୍ରଦର୍ଶକ ଓ ସେମାନଙ୍କ ମାର୍ଗଦର୍ଶନ ସମାଜ ବ୍ୟବସ୍ଥା ରେ ସୁଧାର ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର ୨୦୧୯- ୨୧ ବର୍ଷର ବିବରଣୀ ପାଠ କରିଥିଲେ। ସଙ୍ଘ ର ଦଶମ ବାର୍ଷିକ ଉତ୍ସବ ଅବସରରେ ଏକ ସଚିତ୍ର ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

ଅପରାହ୍ନ ଅଧିବେଶନରେ ଆଗାମୀ ୨୦୨୧-୨୩ ବର୍ଷ ପାଇଁ ପ୍ରମୋଦ କୁମାର ଝାଙ୍କର, ସଭାପତି,ଶ୍ରୀ ଗଉନ୍ତିଆ କୁମାର ସାହୁ ଓ ଭରତ ଚନ୍ଦ୍ର ଦାଶ, ଉପସଭାପତି, ପ୍ରହଲ୍ଲାଦ ମହାପାତ୍ର, ସମ୍ପାଦକ, କେଦାରନାଥ ମିଶ୍ର,ସଙ୍ଗଠନ ସମ୍ପାଦକ, ଗୋବିନ୍ଦ ଚନ୍ଦ୍ର ଦାଶ,ସହ-ସମ୍ପାଦକ ଓ ସ୍ଵାଧୀନ କୁମାର ମହାରଣା କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ।

ଏହି ଅଧିବେଶନରେ ଜିଲ୍ଲାର ସମସ୍ତ ବ୍ଳକ,ଏନ୍ ଏ ସି ତଥା ମୁନିସିପାଲଟିରୁ ଜିବନ ଓ ବାର୍ଷିକ ସଭ୍ୟ ଯୋଗଦେଇ ଥିଲେ ଓ ମଞ୍ଚ ପରିଚାଳନା କରିଥିଲେ କେଦାରନାଥ ମିଶ୍ର I

Leave A Reply

Your email address will not be published.