ଆକାଶଙ୍କ ଆହ୍ୱାନ : ଦାନ କରନ୍ତୁ ପୁରୁଣା-ନୂତନ ବସ୍ତ୍ର

0
  • ଉଡ୍ର ଚାରିଟେବୁଲ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ’’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର//TATKAL ODISHA//

“ ଥିଲେ ଦିଅ, ନଥିଲେ ନିଅ” ଅନ୍ଦୋଳନର ପ୍ରବର୍ତ୍ତକ ବରିଷ୍ଠ ସମାଜ ସେବୀ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ” ତରଫରୁ ଚଳିତ ବର୍ଷ ପାଇଁ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି I

ଅଭିଯାନ ଆରମ୍ଭ : ଆକାଶଙ୍କ ସହ ବିଶିଷ୍ଟ ଚଳଚିତ୍ର ତାରକା ସାମିଲ

ବାପୁଜି ନଗର ସ୍ଥିତ ପ୍ୟାରିସ ବେକରୀ ଆଉଟଲେଟ ଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିଲା । ଲୋକ ମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳେଇବା ପାଇଁ ଉଡ୍ର ପରିବାର ପକ୍ଷରୁ ନିଷ୍ପଭି ନିଆଯାଇଛି ବୋଲି ଭଡ୍ର ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଉଡ୍ର ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ ଘୋଷଣା କରିଛନ୍ତି ।

କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକ ମାନଙ୍କ ମଧ୍ୟରେ ବଂଟନ କରାଯାଉଅଛି । ପୂବ ବର୍ଷ ୨୫ ହଜାରରୁ ଉର୍ଦ୍ଧ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ବଂଟନ କରାଯାଇଥିଲା ।

ଭୁବନେଶ୍ୱର , ପାରାଦୀପ , କଟକ, ବ୍ରହ୍ମପୁର , ପୁରୀ , ବାଲେଶ୍ୱର , ଭଦ୍ରକ, ଯାଜପୁର , ମୁମ୍ବାଇ , କୋଲକତା , ପୁନେ , ହାଇଦ୍ରାବାଦ ଠାରେ ଥିବା ସମସ୍ତ ପ୍ୟାରିସ ବେକରୀ ଆଉଟଲେଟ “ଉଡ୍ର ବ୍ଲେସିଙ୍ଗ ବକ୍ସ” ର ଶୁଭାରମ୍ଭ ହୋଇଅଛି । ସମସ୍ତ ବ୍ୟକ୍ତି ଏଠାରେ ବସ୍ତ୍ରଦାନ କରିପାରିବେ ।


ଏହି କାର୍ଯ୍ୟକ୍ରମର ଅପାର ସଫଳତା କ୍ରମେ ଉଡ୍ର ନିଷ୍ପତି ନେଇଛି ଯେ ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚାଲୁରଖି ଯେଉଁ ଆଗ୍ରହୀ ବ୍ୟକ୍ତି ମାନେ ସେମାନଙ୍କର ପୋଷାକକୁ ଦେବାକୁ ଚାହୁଁଛନ୍ତି ସେମାନେ ପ୍ୟାରିସ ବେକରୀ ଆଉଟଲେଟ ଉଡ୍ର ବ୍ଲେସିଙ୍ଗ ବକ୍ସ ରେ ଦାନ କରିପାରିବେ । ଉଡ୍ର ତାକୁ ୱାସେକ୍ସ ହସ୍ପିଟାଲିଟି ସଲୁସନ ସହାୟତାରେ ସଫାକରି ରିସାଇକେଲ କରି ଯେଇଁ ମାନଙ୍କର ପିନ୍ଧାିବାକୁ ବସ୍ତ୍ର ଖଣ୍ଡେ ନାହିଁ ସେମାନଙ୍କ ପାଖରେ ପହଂଚାଇ ସେମାନଙ୍କ ମୁହଁରେ ହସ ଫୁଟାଇବ, ଆପଣ ଆପଣଙ୍କ ପୁରୁଣା ବସ୍ତ୍ର କୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ‘ଉଡ୍ର’ ପକ୍ଷରୁ ନିବେଦନ କରାଯାଇଅଛି ।


ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରି ଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ , ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ , ଉପସଭାପତି ଡା. ସୂଯ୍ୟ ପ୍ରକାଶ, ପ୍ୟାରିସ ବେକରୀ ଆଉଟଲେଟର ସତ୍ୱଧିକାରୀ ବି.ଟି ଭରଦ୍ୱାଜ, ସିନେତାରକା ସମରେଶ ରାଉତରାୟ , ଶ୍ରୀତମ ଦାସ , ପୁନମ ମିଶ୍ର ଏବଂ ଶୁଭଶ୍ରୀ ମଙ୍ଗରାଜ , ଦେବୀ ପ୍ରସାଦ ମଙ୍ଗରାଜ , ପୱନ ପାତ୍ରୋ ‘ଉଡ୍ର’ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ

Leave A Reply

Your email address will not be published.