ଭୁବନେଶ୍ବର-ଦୁବାଇକୁ ଦୈନିକ ବିମାନ ଚାଲୁ, ଧର୍ମେନ୍ଦ୍ରଙ୍କ ଅନୁରୋଧ

0

  • ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ପାଇଁ ଦୀର୍ଘଦିନରୁ ଦାବୀ ହୋଇ ଆସୁଛି
  • ସିଧାସଳଖ ବିମାନସେବା ଦ୍ଵାରା ଓଡିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ଵାର ଫିଟିବ

• ପୂର୍ବ ଭାରତରେ ବିକାଶର ସମ୍ଭାବନା ଶକ୍ତିଶାଳୀ ହେବ

  • ଦୁଇ ସହର ମଧ୍ୟରେ ବ୍ୟବସାୟ ଦ୍ବାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ
  • ନୂଆଦିଲ୍ଲୀ/ଭୁବନେଶ୍ୱର//TATKAL ODISHA//

ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ଦୈନିକ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବିଭିନ୍ନ ଅଂଚଳରେ ପ୍ରାୟ ୧୦ ହଳାରରୁ ଉର୍ଦ୍ଧ୍ଵ ଓଡିଆ ଲୋକ ବସବାସ କରୁଛନ୍ତି । ଭୁବନେଶ୍ବରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ବର ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ପାଇଁ ଦୀର୍ଘ ଦିନ ଧରି ଦାବୀ ହୋଇ ଆସୁଛି । ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ଵାର ଫିଟିବ । ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡିଆ ଲୋକ ମାନଙ୍କର ନିଜ ରାଜ୍ୟକୁ ଆସିବା ପାଇଁ ଯୋଗାଯୋଗ ସୁଗମ ହେବ । ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି । କେନ୍ଦ୍ର ରାଜଧାନୀ ଭୁବନେଶ୍ବର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ । ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ହେବା ଦ୍ବାରା କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ବାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ୟୁଏଇ ଓଡିଆ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ଆରମ୍ଭ କରିବା ପାଇଁ ପତ୍ର ଲେଖାଯାଇଥିଲା । ଏହି ମର୍ମରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି I

Leave A Reply

Your email address will not be published.