ମୋଦୀଙ୍କ ବଡ଼ ଘୋଷଣା : ତିନି କୃଷି ଆଇନ ପ୍ରତ୍ୟାହାର

0
  • ଆଇନର ଭଲ ଦିଗ ସମ୍ପର୍କରେ ବୁଝାଇପାରିଲୁ ନାହିଁ:ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ//TATKAL ODISHA//


ଆମେ କିଛି କୃଷକଙ୍କୁ ୩-କୃଷି ଆଇନର ଭଲ ଦିଗ ସମ୍ପର୍କରେ ବୁଝାଇପାରିଲୁ ନାହିଁ। ଆଜି ସେହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିନେଉଛୁ”


   ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ତିନି କୃଷି ଆଇନ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଘୋଷଣା କରିଛନ୍ତି I ଫଳରେ ସାରା ଦେଶରେ ଲାଗି ରହିଥିବା କୃଷକ ଆନ୍ଦୋଳନ ବନ୍ଦ ରହିବ ବୋଲି କୃଷକ ସଂଗଠନ ସ୍ପଷ୍ଟ କରିଛନ୍ତି I


  ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ର ସରକାର ଆଇନ ପାସ କରିଥିବା ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସମେତ ସାରା ଦେଶରେ ଆନ୍ଦୋଳନ ଚାଲିଥିଲା I ଏହି ଆନ୍ଦୋଳନ ବେଳେ ବହୁ କୃଷକ ନେତା ପ୍ରାଣ ହରାଇଛନ୍ତି I  

Leave A Reply

Your email address will not be published.