ଇହ ଜଗତରେ ନାହାନ୍ତି ରାଜନୀତି ବିଜ୍ଞାନର ପ୍ରଫେସର ବି ସି ରାଉତ

0

ଭୁବନେଶ୍ୱର//TATKAL

ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତଙ୍କର ବିୟୋଗ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ।

୧୯୩୭ ମସିହାରେ ସେ ଜଗତସିଂହପୁର ଜିଲ୍ଲାର ହଳଦିଆ ପଡା ସ୍ଥିତ ମଧ୍ୟଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସତୁରୀ ଦଶକରୁ ଦୀର୍ଘ ୬୦ ବର୍ଷ ଧରି ରାଜନୀତି ବିଜ୍ଞାନରେ ଅନେକ ପାଠ୍ୟ ପୁସ୍ତକ ରଚନା କରିଛନ୍ତି।

ସେ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ତା ୧୭.୧୧.୨୦୨୧ ରିଖ ମଧ୍ୟ ରାତ୍ରରେ ଭୁବନେଶ୍ବର ସ୍ଥିତ ଲୁଇସ୍ ରୋଡ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ମୃତ୍ୟୁ ବେଳକୁ ତାଙ୍କର ବଡ ପୁଅ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ରାଉତ, କନ୍ୟା ଶ୍ରୀମତି ସ୍ମିତା ରାଉତ, ଅତିରିକ୍ତ ଶାସନ ସଚିବ, ସାନ ପୁଅ ଇଂ ଦେବବ୍ରତ ରାଉତ,ଜ୍ବାଇଁ ଶ୍ରୀ ଦେବାଶିଷ ସିଂ, ଅତିରିକ୍ତ ଶାସନ ସଚିବ, ପୁତ୍ର ବଧୁ ଏବଂ ବଡ଼ ନାତିଙ୍କ ସହିତ ତାଙ୍କର ସହଧର୍ମିଣୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.