ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଲେ ସବ୍ୟସାଚୀ

0
  • ତେଜିଲା ବିବାଦ: ଅଡୁଆରେ ଓଡ଼ିଶା ଭାଷା, ସଂସ୍କୃତି ବିଭାଗ
  • ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା, ତଦନ୍ତ ଦାବି


ଭୁବନେଶ୍ବର,//TATKAL ODHISHA//

ରାଜ୍ୟ ଚଳଚିତ୍ର ପୁରସ୍କାରରେ ନିରପେକ୍ଷତା ଓ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି I ରାଜ୍ୟରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ପ୍ରିୟାପ୍ରିତି ତୋଷଣ ସହ ଯୋଗ୍ୟ ଚଳଚିତ୍ର ପ୍ରଯୋଜକ ଓ ନିର୍ଦେଶକଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି I

ସବ୍ୟସାଚୀ ମହାପାତ୍ର

TATKAL ODHISHAକୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ,ଗତ ୫ ତାରିଖ ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯-୨୦ ବର୍ଷ ପାଇଁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ୨୭ ବିଭାଗରେରାଜ୍ୟ ପୁରସ୍କାର ଘୋଷଣା କରାଯାଇଥିଲା।  ହେଲେ ଏଥିରେ ଅନେକ କାରସାଦି କରାଯାଇଛି I “ଶଳା ବୁଢ଼ାର ବଦ୍‌ଲା” ଏକ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର I ଏହାକୁ ଜଣେ ଯୁବ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ନିର୍ମାଣ କରିଥିଲେ। କେବଳ ଓଡ଼ିଶା ନୁହେଁ ଦୁବାଇ ସମେତ ସାରା ବିଶ୍ୱରେ ଦର୍ଶକ ପସନ୍ଦ କରିଛନ୍ତି I ହେଲେ ଚଳଚ୍ଚିତ୍ରକୁ ସଂସ୍କୃତି ବିଭାଗ ପକ୍ଷରୁ ଯେତିକି ସମ୍ମାନ ମିଳିବା କଥା ସେତିକି ମିଳିନାହିଁ I ସାନ୍ତ୍ୱନାମୂଳକ ଭାବେ କିଛି ଛୋଟ ଛୋଟ ପୁରସ୍କାର ଦେଇ ଚଳଚ୍ଚିତ୍ରକୁ କଣଠେସା କରିଦିଆଯାଇଛି।

ବିବାଦରେ ସଂସ୍କୃତି ବିଭାଗ

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏହା ଏକ ଗୁଣାତ୍ମକ ଚଳଚ୍ଚିତ୍ର I  ଏହି ଚଳଚ୍ଚିତ୍ର ଶେଷ ହେବା ବେଳକୁ ଚଳଚ୍ଚିତ୍ରର ନାୟକ ଅଟଳ ବିହାରୀ ପଣ୍ଡା ପ୍ରାଣତ୍ୟାଗ କରିସାରିଥିଲେ। ଏହାର ଲେଖକ କପିଳେଶ୍ବର ପ୍ରସାଦ ମହାପାତ୍ର ମଧ୍ୟ ଏହି ସମୟରେ ପ୍ରାଣତ୍ୟାଗ କରିଥିଲେ। ଏଣୁ ଏହା ପ୍ରତି ମୋର ଦୁର୍ବଳତା ଭିନ୍ନ ପ୍ରକାର ଥିଲା। ଏହାକୁ ଅଧିକ ଗୁଣାତ୍ମକ କରିବାକୁ ମୁଁ ପ୍ରେରଣା ପାଇଥିଲି। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ଆଦିବାସୀମାନଙ୍କ ଜୀବନଶୈଳୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି  ଗାନ୍ଧୀ ଜୟନ୍ତୀର  ୧୫୦ ବର୍ଷ ସ୍ମୃତି ଅବସରରେ ଉତ୍ସର୍ଗ ହୋଇଛି I ଦୁବାଇରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ, ଦର୍ଶକମାନେ ଠିଆ ହୋଇ କରତାଳି ମଧ୍ୟ ଦେଇଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ର ଏତେ ପ୍ରଶଂସିତ ହେବା ପରେ ରାଜ୍ୟରେ ତଥା ନିଜ ମାଟିରେ କଳଚ୍ଚିତ୍ରକୁ ଉଚିତ ସମ୍ମାନ ମିଳିବା ନେଇ ବହୁ ଆଶା ରହିଥିଲା। ହେଲେ ତାହା ହେଲା ନାହିଁ I ତାହା ମୋତେ ଦୁଃଖ ଦେଇଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି I


ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସ୍‌ଲାମ୍ ଚଳଚିତ୍ର ପୁରସ୍କାର ଘୋଷଣା ପରେ ପ୍ରଶ୍ନ ଉଠାଇଥିଲେ I ସେହିଭଳି ବିଶିଷ୍ଟ ଚଳଚିତ୍ର ପ୍ରଯୋଜକ, ନିର୍ଦେଶକ ସତ୍ୟବ୍ରତ ଦ୍ବିବେଦୀ ପ୍ରମୁଖପୁରସ୍କାର ଚୟନରେ କେଳେଙ୍କାରୀ ହୋଇଛି I ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ତର୍ଜମା କରନ୍ତୁ ବୋଲି ଦାବି କରିଛନ୍ତି I 


  ତେବେ ପ୍ରଶ୍ନ ଉଠିଛି କାହିଁକି ଏଭଳି ହେଉଛି? କଣ ପାଇଁ ଉଚିତ ଚଳଚିତ୍ରକୁ ଉଚିତ ସମ୍ମାନ ମିଳୁନାହିଁ? ଏହାର ଉତ୍ତର ସଂସ୍କୃତି ବିଭାଗ ଦେଵା ଜରୁରୀ I  

Leave A Reply

Your email address will not be published.