ସାହିତ୍ୟକ୍ଷେତ୍ର : ଧର୍ମକ୍ଷେତ୍ର ନା ଯୁଦ୍ଧକ୍ଷେତ୍ର

0


++++++++++++++++++++++++

  • ଆଲେଖ୍ୟ : ମାୟାଧର ନାୟକ
  • TATKAL ODHISHA //ସାହିତ୍ୟ//

++++++++++++++++++++++++

ରସିକରାଜ୍ୟହିସାବରେଓଡିଶାର ପଟାନ୍ତର ପୃଥିବୀରେବିରଳ । ଏଠିବିଳାସ ଓ ସମ୍ଭୋଗରେ ଦିନ କଟିଯାଉଥିଲା । ଓଡିଶାରସାହିତ୍ୟସୂଚନା ଦେଉଛି – ଏଠିମରୁଡି ନଥିଲା, ଭ୍ରଷ୍ଟାଚାର, ଦୁର୍ନୀତି ନଥିଲା, ହତ୍ୟା, ଲୁଣ୍ଠନ, ରାହାଜାନୀ, ବ୍ୟଭିଚାରକିଛି ନଥିଲା – ଏପରିକିବିଶ୍ୱରମହାଖଣି ଦୁର୍ନୀତିବି ନ ଥିଲା । ଏଠିସବୁ ନାରୀମାନେ ସତୀ ଥିଲେ, ସବୁ ପୁରୁଷମାନେ ବ୍ରହ୍ମଚାରୀ ଥିଲେ ।

ରସିକ କବିସମ୍ରାଟଉପେନ୍ଦ୍ର ଭଞ୍ଜଙ୍କଠାରୁ ଆରମ୍ଭ କରି କବିସୂର୍ଯ୍ୟବଳଦେବ ରଥଙ୍କ ପର୍ଯ୍ୟନ୍ତ ଗାଧୁଆତୁଠରେ ରାଜଜେମାଙ୍କ ଭିଜାଭିଜାଶାଢିର ଚମତ୍‌କାରଯୌବନକୁ କବିତାରେବର୍ଣ୍ଣନାକରିଛନ୍ତି । ଏପରିକି ଆଧୁନିକ ଯୁଗରମହାନ କବିସଚ୍ଚିରାଉତରାୟଗାଁରେବୁଲୁବୁଲୁପୋଖରୀକୂଳଗାଧୁଆତୁଠରେଗାଧୋଉଥିବା ନାରୀରଛୋଟପୁଅଟିତାଙ୍କୁବାପାବୋଲିଡାକିଦେବାରୁସେଇ ଅପୂର୍ବସୁନ୍ଦରୀ ନାରୀଟିଲାଜେଇଯାଇ ଓଦାଲୁଗାରକାନି ଯାବୁଡିମୁରୁକିହସି ଦେଇଥିଲା । ସଚ୍ଚିବାବୁଙ୍କକଲମବୋଲମାନିଲା ନାହିଁ – ଘରକୁ ଆସିକବିତାଟିଏଲେଖିଦେଲେ – ‘ବାପାବାପା ପକାଇଲାହୁରି’ ! ଏମାନେ କାହାକୁଛାଡି ନାହାଁନ୍ତି – ଫୁଲକୁଛାଡିନାହାଁନ୍ତିକି ଫୁଲେଇକୁଛାଡିନାହାଁନ୍ତି ।

ଆଜିରସାହିତ୍ୟକୁ କହିବାକୁକ୍ଷୋଭଲାଗେ ଯେ – ମୁଖ୍ୟତଃଚରିତ୍ରହୀନତାରସାହିତ୍ୟ । ଘଟଣା, ଚରିତ୍ର ଓ ପରିସ୍ଥିତିର ପରିଧିରେସାହିତ୍ୟସେଇଲୋହିତକେନ୍ଦ୍ର, ଯାହାବିଧାତାପୁରୁଷର ନାଭିକେନ୍ଦ୍ରଠାରୁସୁଦ୍ଧାକିଛିକମ୍ ନୁହେଁ । ଏହିଲୋହିତକେନ୍ଦ୍ରର କମ୍ପନ ସମାଜକୁ ଥରାଇ ଦିଏ, ସଂସ୍କୃତିକୁଜୀବନ୍ୟାସ ଦିଏଏବଂସମୟକୁରଖିଦିଏହାତମୁଠାରେ । ସେସାହିତ୍ୟକିନ୍ତୁ ଆଜିକେଉଁଠି ? ସର୍ଜ୍ଜନା ନାମରେ ଆଜି ଅପର୍ଯ୍ୟାପ୍ତ ଆବର୍ଜ୍ଜନା । ଆଜିରଜୀବନଧାରାସାହିତ୍ୟ ପାଇଁ ଅବାନ୍ତରହୋଇପଡିଲାଣି ।

ସକ୍ରେଟିସ୍ ଦିନ ଦି’ପହରେବତିଜାଳିମଣିଷଖୋଜିଲାପରି ଆଜିସାହିତ୍ୟକୁ ମଧ୍ୟ ଏ ଦାରୁଣ ଦୁଷ୍କାଳମଧ୍ୟରେ ପୁନଃଆବିଷ୍କାରକରିବାକୁ ପଡିବ, ସନ୍ଧାନ କରିବାକୁ ପଡିବଉପାଦେୟ ବିଷୟବସ୍ତୁସହ ଉପଯୁକ୍ତଚରିତ୍ର । ଲେଖକଟିଏ ପ୍ରଥମେମଣିଷଟିଏହେବା ନିହାତିଜରୁରୀ । ଫକୀରମୋହନ ରାମଚନ୍ଦ୍ରମଂଗରାଜ ପରି ଅମଣିଷକୁ ନିଜସାହିତ୍ୟରସ୍ପର୍ଶ ଦେଇ ବିଶ୍ୱବିଦିତକରାଇସାରିଛନ୍ତି । ଏହାରମୂଳକାରଣହେଉଛି – ସାରିଆ-ଭଗିଆଭଳିମଣିଷଉପରେଜୁଲମ୍‌ତାଙ୍କ ଆଖିରେ ଆଣିଥିଲା ଅସରନ୍ତିବେଦନାରଛାପ । ମଣିଷ ପ୍ରତିଶୁଭେଚ୍ଛା ଓ ଅମଣିଷ ପ୍ରତି ପ୍ରତିବାଦ ପ୍ରତ୍ୟେକସତ୍‌ସାହିତ୍ୟର ସ୍ୱଧର୍ମ ।

ମାଟିରମହାକବିଶାରଳା ଦାସଙ୍କଠାରୁ ଆରମ୍ଭ କରିମଣିଷରମୂର୍ତିକାର ଫକୀରମୋହନଙ୍କ ପର୍ଯ୍ୟନ୍ତ ଆମସାହିତ୍ୟରେବାଟିବାଟିକିଆରିକି ଅନାନ୍ତୁ, ଦେଖିବେ ଫୁଲଫସଲର ପ୍ରାଞ୍ଜଳ ପ୍ରାଚୁର୍ଯ୍ୟ । ଅଥଚ ଏକ ଦୀର୍ଘବ୍ୟବଧାନ ପରେ ଅଳ୍ପ କେତେକବ୍ୟତିକ୍ରମକୁବାଦ ଦେଲେ ଆମେଏବେଲକ୍ଷ୍ୟକରୁଛୁ ଯେ – ଓଡିଆସାହିତ୍ୟହରାଇବସିଛିତା’ରମୂଳଚରିତ୍ର । ବୁଦ୍ଧି ପ୍ରକଟିତହେଉଛି, ମାତ୍ରସେବୁଦ୍ଧିବିବେକବର୍ଜିତ ଓ ବିଚାରବିହୀନ । କୁରୁକ୍ଷେତ୍ରକୁଯେତେବେଳେବ୍ୟାସବର୍ଣ୍ଣନାକଲେ, ସେତେବେଳେସେ ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେବିବର୍ତିତକଲେ । ଆମସମୟରବ୍ୟାସମାନେ କିନ୍ତୁସାହିତ୍ୟ ପରି ଏକ ଧର୍ମକ୍ଷେତ୍ରକୁ ଯୁଦ୍ଧକ୍ଷେତ୍ରରେ ପରିବର୍ତନ କରିସାରିଛନ୍ତି । ଏ ପ୍ରକାରଓଲଟଢାଂଚା ଆମମାନସିକତାରୁମାନବତାବାଦକୁମୂଳପୋଛକରିସାରିଛିକହିଲେକିଛି ଅତ୍ୟୁକ୍ତିହେବନାହିଁ ।

ସାହିତ୍ୟରବିଷୟବସ୍ତୁ କ’ଣ ?ଯାହାଲକ୍ଷ୍ୟକରାଯାଉଛି – ଆଜିବସ୍ତୁହିଁବିଷୟ ! ଅଥଚ ବିଶ୍ୱସାହିତ୍ୟର ଅମର ଅର୍ଘ୍ୟସବୁଭାବଭିତିକ । ସାହିତ୍ୟକୁନେଇଲେଖକଟିଏକେବେହେଲେବାଣିଜ୍ୟବାବ୍ୟବସାୟକରେନା – ଲେଖାତା’ରବୃତି ନୁହେଁ, ପ୍ରବୃତି । ଏବେକିନ୍ତୁ ଦେଖାଯାଉଛି – ଅଧିକାଂଶଲେଖକବଜାର ଆଗରେ ଆତ୍ମସମର୍ପଣକରିସାରିଥିବା ଏକ ଏକ ଅସହାୟ ଅସ୍ତିତ୍ୱ । ଲେଖକର ଯାହାଛଳଛଳଭାବ – ଆଜିସାହିତ୍ୟରେତା’ରଘୋର ଅଭାବ । ବହିଟିଏଲେଖିଲାବେଳକୁତା’ରମନେପଡୁଛି–ବଜାରରତାଗିଦା ଓ ଚାହିଦା, ଅତଏବ ଦୁଃଖରସହଘୋଷଣାକରିବାକୁ ପଡୁଛି ଯେ – ବର୍ତମାନରସାହିତ୍ୟବଜାରୀକରଣ ପ୍ରକ୍ରିୟାରେ ପ୍ରଚୁରଭାବରେଉତ୍‌ପୀଡିତ ।

ବଜାରୀବିଷୟବସ୍ତୁ ଆଜିସାହିତ୍ୟରମୁଖ୍ୟଉପାଦାନ । ଘଟଣା ଅଛି – ଚରିତ୍ର ନାହିଁ – ମୂଲ୍ୟ ଅଛି – ମୂଲ୍ୟବୋଧ ନାସ୍ତି । ଆମଶୋଭାଯାତ୍ରାମଫସଲରୁମହାନଗରୀକୁମୁହାଁଉଥିଲାବେଳେ ଆମସାହିତ୍ୟର ଦଶାଏମିତି । ଆଜିର ଦ୍ରୁତଶିଳ୍ପାୟନ ସାହିତ୍ୟକୁକରିସାରିଛିସୁଖକରସାମଗ୍ରୀ ମଧ୍ୟ । ସାହିତ୍ୟକହିଲେ – ଆମେକେବଳବୁଝୁଛୁ – ଗୁଡିଏବ୍ୟବହାରିକ ଓ ବୈଷୟିକ ତଥ୍ୟ ଉପରେ ପରିପୁଷ୍ଟ ଗଦାଗଦା ବହିର ପାହାଡ, ଯେଉଁଠିସମାଜରଚାପାକାନ୍ଦଣାଶୁଭେନା – ଆଉଶୁଭେନାଇତିହାସର ଆର୍ତନାଦ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ଆସିବା – ସାହିତ୍ୟ ଓ ସରକାର । ପୂର୍ବେସାମନ୍ତବାଦୀ ବ୍ୟବସ୍ଥାରେସୁଦ୍ଧାସାହିତ୍ୟକୁଯେଉଁରାଜକୀୟ ପୃଷ୍ଠପୋଷକତାମିଳୁଥିଲା – ତା’ରଶ୍ରେଷ୍ଠ ନମୁନାସ୍ୱରୂପ ଆମେବିକ୍ରମାଦିତ୍ୟଙ୍କ ଅମଳରେମହାକବିକାଳିଦାସଙ୍କ କଥା ଉଲ୍ଲେଖକରିପାରିବା । ଗୋଟିଏଶ୍ଳୋକପାଇଁଗୋଟିଏସୁନାମୋହର ଥିଲାସେଦିନରରାଜକୀୟ ପୃଷ୍ଠପୋଷକତାର ଅପୂର୍ବଇସ୍ତାହାର । ଆଜିକିନ୍ତୁ ଯିଏସାହିତ୍ୟଲେଖେ – ସେ ଯଦି ପ୍ରକୃତସାଧକ, ତା’ହେଲେତା’ରସମଗ୍ରଜୀବନ ଉତ୍କଟ ଦାରିଦ୍ର‌୍ୟରଉର୍ଦ୍ଧ୍ୱଶ୍ୱାସ । ଏଭଳିକି – ଗଂଗାଧରଙ୍କ ପରିସ୍ୱଭାବକବିଙ୍କସ୍ୱର ମଧ୍ୟ ମନରୁଲିଭିନାହିଁ । ‘ଦରିଦ୍ରତା ପଙ୍କପୂର୍ଣ୍ଣମୋଜୀବନସର’ ତା’ଛଡାସାଧକ ସାହିତ୍ୟିକଙ୍କରଜୀବନ ସହିତ ଦାରିଦ୍ର‌୍ୟକିପରିଏକୀଭୂତ – ବିଦ୍ରୋହୀକବିକାଜି ନଜରୁଲଇସଲାମଙ୍କର ଏ ଶାଣିତ ପଂକ୍ତି ମଧ୍ୟ ଏ କ୍ଷେତ୍ରରେସ୍ମରଣୀୟ । ‘ହେ ଦାରିଦ୍ର‌୍ୟତୁମେମୋତେକରିଛମହାନ ।’

ବନ୍ଧୁଗଣ !ଗଂଗାଧରଙ୍କଠାରୁ ଆରମ୍ଭ କରି ନଜରୁଲଙ୍କ ପର୍ଯ୍ୟନ୍ତ ମହାନ ସାହିତ୍ୟିକମାନେ ପରମ ଉଦାରତାରସହିତ ଆମମାନଙ୍କୁବିମଳ ଆନନ୍ଦ ଦେବାପାଇଁ ନିଜନିଜ ନିଷ୍ପେଷିତଜୀବନରେଚରମ ଦାରିଦ୍ର‌୍ୟକୁବରଣକରିନେଲେବୋଲି ଆମେ କ’ଣ ସମସ୍ତପ୍ରକାରକର୍ତବ୍ୟବୋଧ ବିସ୍ମୃତହୋଇସାହିତ୍ୟିକଶ୍ରେଣୀକୁ ଏକ ଚିରଦୁର୍ଗତ ଦଳିତ ଦରିଦ୍ର ଗୋଷ୍ଠୀରେସବୁଦିନପାଇଁ ଥଇଥାନ କରିରଖିଥିବା ?

ଏ କ୍ଷେତ୍ରରେସାହିତ୍ୟ ପ୍ରତିସରକାରଙ୍କରଭୂମିକା ଏକ ପଙ୍ଗୁରଭୂମିକା । ସରକାରୀ ନିଷ୍କ୍ରିୟତାରଶିକାର ଆଜିରସାହିତ୍ୟ । ଯେଉଁସରକାର ଏ ମାଟିର ପାତାଳରୁ ମଧ୍ୟ ଲକ୍ଷଲକ୍ଷକୋଟିଟଙ୍କାଳୁଟିଚାଲିଛି – ସେଥିରୁକାଣିଚାଏ ମଧ୍ୟ ସାହିତ୍ୟ ପାଇଁଖର୍ଚ୍ଚକରିବାକୁ ନାରାଜ । କେନ୍ଦ୍ରରୁରାଜ୍ୟକୁମିଳୁଥିବାକୋଟିକୋଟିଟଙ୍କାରସହାୟତାରାଶିଖର୍ଚ୍ଚ ନ କରିପାରିରାଜ୍ୟସରକାରକେନ୍ଦ୍ରକୁଫେରାଇ ଦେବାକୁବାଧ୍ୟ । ମାତ୍ରସାହିତ୍ୟରଶୋଷପାଇଁବୁନ୍ଦେ ଜଳଦାନ କରିବାରେ ମଧ୍ୟ ଏ ରାଜ୍ୟରେକିସରକାରୀକାର୍ପଣ୍ୟ ! ପାଠାଗାରମାନଙ୍କ ପାଇଁ ପୁସ୍ତକମନୋନୟନ ସମୟରେ ପ୍ରକୃତଲେଖକସାଧକମାନଙ୍କରସୃଷ୍ଟିଉପେକ୍ଷିତ । ବହିକହିଲେ – ବର୍ତମାନ ଯାହାଲେଖା ଯାଉଛି – ସେଥିରୁ ଅଧିକାଂଶଭବିଷ୍ୟତରଠୁଙ୍ଗା ।

ଅସଲ ସାହିତ୍ୟର ଅନୁକୂଳବାତାବରଣସୃଷ୍ଟିକରିବା ଦିଗରେତା’ହେଲେସରକାର ପଛାଉଛନ୍ତିକାହିଁକି ?ସମ୍ଭବତଃ ଅସଲ ସାହିତ୍ୟଯେଉଁସଜାଗତା ଓ ସଚେତନତାସୃଷ୍ଟିକରିବାରେସମର୍ଥ, ସେଥିପ୍ରତିସରକାର ଆତଙ୍କିତ । କାରଣ – ଅସଲ ସାହିତ୍ୟ – ଶିଶୁକୁ ଯୀଶୁଖ୍ରୀଷ୍ଟକରେଏବଂତରୁଣକୁକରେତୀବ୍ରତଲ୍‌ୱାର୍ । ସରକାର କ’ଣ ଠିକାଦାରକିମ୍ବାଖଣିମାଲିକଙ୍କ ଅପେକ୍ଷା ଯୀଶୁଖ୍ରୀଷ୍ଟ ଆଉତଲୱାରମାନଙ୍କୁଖୋଲାମନରେଗ୍ରହଣକରିପାରିବ ! କୌଣସିରାଷ୍ଟ୍ରରଶାସନତନ୍ତ୍ର କିମ୍ବାକୌଣସିରାଜ୍ୟରସରକାରବିପ୍ଳବକୁବରଦାସ୍ତକରିପାରେନା । ଅସଲ ସାହିତ୍ୟ ପାଠକରେ ଏ ବିପ୍ଳବରବୀଜମନ୍ତ୍ର । ସରକାରଙ୍କର ପ୍ରତିବିପ୍ଳବୀଚରିତ୍ର ଅସଲ ସାହିତ୍ୟରଶୁଭାରମ୍ଭ କ୍ଷେତ୍ରରେତେଣୁଘୋରବାଧକ ହେବାକୁବାଧ୍ୟ । ମୁଁ ଦାବୀକରୁଛି – ସାହିତ୍ୟକୁଏବେଠୁଁସରକାରଶିଳ୍ପରମାନ୍ୟତା ଦେବାକୁଘୋଷଣାକରନ୍ତୁ, ନହେଲେ ଅଦୂରଭବିଷ୍ୟତରେଏପରି ଦୁଃସ୍ଥିତିସୃଷ୍ଟିକରିବସାହିତ୍ୟରସ୍ୱାସ୍ଥ୍ୟ ପ୍ରତି ଏକ ଘୋରସଂକଟ ।

ଏବେଓଡିଆସାହିତ୍ୟରସାଂପ୍ରତିକକ୍ଷେତ୍ରରେ ଭଦ୍ର ଓ ଭବ୍ୟଲେଖକମାନଙ୍କରଭାଗ୍ୟବିଡମ୍ବିତ ଓ ବିପର୍ଯ୍ୟସ୍ତ । ବାହାରିଛନ୍ତିବ୍ୟୂହରଚନାକାରୀ ଦଳେଗୃହଯୋଦ୍ଧା – ଯେଉଁମାନେ ନିଜଘରେ ନିଜେ ନିଆଁଲଗାଇସାହିତ୍ୟରଶୀତଋତୁକୁବେଶ୍ ଆରାମ୍‌ରେ ପୁଆଁଇଚାଲିଛନ୍ତି ଓ ପୁହାଇଚାଲିଛନ୍ତି । ସେମାନେ ସାହିତ୍ୟକୁନେଇବିବାଦୀୟବ୍ୟାପାରଗୁଡିକୁବିସ୍ତାରିତକରିଚାଲିଛନ୍ତିଏବଂ ସଜ୍ଜନ ଲେଖକଲେଖିକାମାନଙ୍କଲାଂଛିତକରି ନାରକୀୟ ଆନନ୍ଦଲାଭକରୁଛନ୍ତି । ଗୋଟିଏବହି ଯଦି ପୁରସ୍କାର ପାଇଲା, ତେବେ ପୁରସ୍କୃତଲେଖକ / ଲେଖିକାଏବେ ପୁଲକିତହେବେ କଣ ଓଲଟି ଆତଙ୍କିତ ଅବସ୍ଥାରେକାଳାତିପାତକରୁଛନ୍ତି । କାରଣ ଏ ପୁରସ୍କାରତାଙ୍କୁତିରସ୍କାରଆଡେମୁହାଁଇନେଇପାରେ, ବିତର୍କରଭଉଁରିରେସେମାନେ ହୋଇପାରନ୍ତି ନିର୍ଘାତ ନୟାନ୍ତ ! ମୁଁଘୋରନିନ୍ଦାକରୁଛି ପରଶ୍ରୀକାତର ନିନ୍ଦୁକବିତର୍କସ୍ରଷ୍ଟାବର୍ଗଙ୍କୁ – ଯେଉଁମାନେ ସାଧନାରତଲେଖକ/ଲେଖିକାମାନଙ୍କୁ ଅଭିନନ୍ଦନ ଦେବା ବଦଳରେଉପହାର ଦେଉଛନ୍ତି ଅପନିନ୍ଦା ଓ ଅପଖ୍ୟାତି । ଦୁଃଖରବିଷୟ ଯେ ଏ ନିନ୍ଦୁକମାନେ ପାଠକ ନୁହନ୍ତି, ଏମାନେ ଲେଖକଶ୍ରେଣୀମଧ୍ୟରେଛପିରହିଥିବାକିଛି ଛଦ୍ମବେଶୀବିଭୀଷଣ – ଗୃହଶତ୍ରୁ ! ମିଡିଆଠୁଟିଭିଚ୍ୟାନେଲଯାଏଁସବୁଠିଏମାନେ ସକ୍ରିୟ – ବିତର୍କରବିଷଚକ୍ର ଦ୍ୱାରାଏମାନେ ଅସୁସ୍ଥକରିଚାଲିଛନ୍ତି ଆମସାହିତ୍ୟକୁ । ଏମାନଙ୍କୁପ୍ରୋତ୍ସାହନ ନେଇ ଆମେ କ’ଣ ସାହିତ୍ୟ ପ୍ରତି ପ୍ରବଂଚନାକରୁନାହୁଁ ?ବର୍ତମାନ ଏ କଥା ପ୍ରକୃତରେବିଚାରିବାରବେଳ ।

ଲେଖକମାନେ ମଂଚହେଉକି ପଂଚତାରକାହୋଟେଲରବର୍ଣ୍ଣାଢ୍ୟ ପରିସରହେଉ – ସବୁ ପ୍ରକାରମୋହଛାଡିଗୌତମବୁଦ୍ଧଙ୍କ ପରି ଅଶ୍ୱତ୍‌ଥ ବୃକ୍ଷମୂଳେ ଅନ୍ତତଃ ଧ୍ୟାନସ୍ଥ ନ ହେଲେ ନାହିଁ – ରାସ୍ତାକଡରବରଗଛତଳେଏକାଠିହୁଅନ୍ତୁ । ସେଇରାସ୍ତାରୁ ଆରମ୍ଭ ହେଉସାହିତ୍ୟରସେମିନାର, ସାହିତ୍ୟିକଙ୍କରଶୁଭଶୋଭାଯାତ୍ରା ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.