ସବୁଜ ବାଣ ଦ୍ୱନ୍ଦ୍ୱ : ଖୋଜନ୍ତୁ ‘ସ୍ବାସ୍, ଷ୍ଟାର ଓ ସଫଳ’

0
  • ଭୁବନେଶ୍ୱର,//TATKAL ODHISHA//


ସବୁଜ ବାଣ କଣ? କେଉଁଠି ମିଳିବ? କେତେ ପ୍ରକାରର? କାହିଁକି ବ୍ୟବହାର ହେବ??   

ଦୀପାବଳି ପୂର୍ବରୁ ସବୁଜ ବାଣ ଫୁଟାଇବାକୁ ହାଇକୋର୍ଟଙ୍କ ସର୍ଭମୂଳକ ଅନୁମତି ପରେ ରାଜ୍ୟ ସରକାର ମାର୍ଗଦର୍ଶିକା କରିଛନ୍ତି I ହେଲେ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ I ସେମାନଙ୍କ ମନରେ ଅନେକ ପ୍ରଶ୍ନ ଜାଗିଛି I

ସବୁଜ ବାଣ
  • ତେବେ ଜାଣନ୍ତୁ ସବୁଜ ବାଣ ବିଷୟରେ..
  • ଭାରତରେ ତିନି ପ୍ରକାର ସବୁଜ ବାଣ ଉପଲବ୍ଧ  : ତାହା ହେଉଛି ସ୍ବାସ୍, ଷ୍ଟାର ଓ ସଫଳ
  • ସବୁଜ ବାଣ ବା କି ଗ୍ରୀନ କ୍ରାରର ଆର୍ସେନିକ, ଲିଥିଅମ ଓ ବାରିୟମ  ଭଳି କ୍ଷତିକାରକ କେମିକାଲ ନଥାଏ । ଫଳରେ ସେ ପରିବେଶ ପାଇଁ ଏହା ଅଧିକ କ୍ଷତିକାରକ ନୁହେଁ।
  • ପାରମ୍ପରିକ ବାଣ ତୁଳନାରେ ସବୁଜ ବାଣରେ ୩୦ ପ୍ରତିଶତ କମ୍ ପ୍ରଦୂଷଣ ହେଉଥିବାରୁ ଦୀପାବଳିରେ ଏହି ବାଣ ଫୁଟାଇବାକୁ ଅନୁମତି ମିଳିଛି I
  • ସବୁଜ ବାଣରେ ଶବ୍ଦ ୧୧୦ରୁ ୧୨୫ ଡେସିମାଲ। ଅଥଚ ସାଧାରଣର ଶବ୍ଦ ୧୬0 ଡେସିମାଲରୁ ଅଧିକ ।
  • ସବୁଜ ବାଣଗୁଡିକ ପରିବେଶ ପାଇଁ ଅନୁକୂଳ I ଏହି ବାଣ ଫୁଟାଇବା ପରେ ପରିବେଶ ପ୍ରଦୂଷଣ ଅପେକ୍ଷାକୃତ କମ୍।
  • ସବୁଜ ବାଣରେ ଥିବା କେମିକାଲ୍ କମ୍ପୋଜିସନ ଜଳିବା ପରେ ବି କମ୍ ପାଉଁଶ ସୃଷ୍ଟି ହୁଏ I
  • ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ପ୍ରଥମେ ସବୁଜ ବାଣ ସପକ୍ଷରେ ରାୟ ଦେଇଥିଲେ ।
  • ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଆଦି  ରାଜ୍ୟ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି I 
  • ପାରମ୍ପରିକ ବାଣିକୁ ସବୁଜ ବାଣି କହି ବିକ୍ରି କରାଗଲେ ତାହା କେମିତି ଚିହ୍ନିବେ? ତାହା ଆଗ ସ୍ପଷ୍ଟ ହେବା ଜରୁରୀ I
  • ଯଦି କୌଣସି ବ୍ୟକ୍ତି ନିୟମ ଉଲଂଘନ କରି ପାରମ୍ପରିକ ବାଣକୁ ସବୁଜ ବାଣି କହି ବିକ୍ରି କରିବ ସେଇ କ୍ଷେତ୍ରରେ ପୁଲିସ ବାଣକୁ ଚିହ୍ନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବା ସମ୍ଭବ ନୁହେଁ । ତେଣୁ ଦୀପାବଳି ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସବୁଜ ବାଣ ଓ ସାଧାରଣ ବାଣ ଭିନ୍ନତା ଉପରେ ତଥ୍ୟ ପ୍ରକାଶ କରିବା ଜରୁରୀ ବୋଲି ବିଶେଷଜ୍ଞ ତଥା ତାଇୱାନ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଡ. ସତ୍ୟନ୍ଦ୍ର ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.