ଫେସବୁକର ନୂଆ ନାମ ‘ମେଟା’

0
  • ସବୁ ମହଲରେ ଉତ୍ସୁକତା ପ୍ରକାଶ
  • ନିୟୁର୍କ, ନୂଆଦିଲ୍ଲୀ //TATKAL ODHISHA //

ଫେସବୁକ ନାମ ପରିବର୍ତ୍ତନ ହୋଇଛି I ନୂଆ ନାଁ ‘ମେଟା’ କରାଯାଇଛି । କମ୍ପାନୀ ପକ୍ଷରୁୁ ଗୁରୁବାର ବିଳମ୍ବିତ ରାତିରେ ଏହି ନୂଆ ନାଁ ଘୋଷଣା କରାଯାଇଛି । ତେବେ ଇନଷ୍ଟାଗ୍ରାମ, ମେସେଞ୍ଜର ଏବଂ ହ୍ୱାଟ୍ସ ଆପ ସମାନ ରହିବ । ଏହି ନୂତନ ବ୍ରାଣ୍ଡ ଅଧୀନରେ ବିଭିନ୍ନ ଆପ ଏବଂ ଟେକ୍ନୋଲୋଜି ଅଣାଯିବ ।

  • ଇନଷ୍ଟାଗ୍ରାମ, ମେସେଞ୍ଜର, ହ୍ୱାଟ୍ସଆପ ଅପରିବର୍ତିତ

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏହି ନୂତନ ନାଁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ,ସୋସିଆଲ ମିଡିଆ ମେଟାଭର୍ସର ନୂତନ ଅଧ୍ୟାୟ ସାମାଜିକ ସଂଯୋଗର ଏକ ନୂତନ ପଥ ହେବ । ଏହା ଏକ ସାମୂହିକ ପ୍ରକଳ୍ପ, ଯାହା ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ପ୍ରସ୍ତୁତ କରିବେ । ଏହା ମଧ୍ୟ ସମସ୍ତଙ୍କ ପାଇଁ ଖୋଲା ରହିବ ।

କମ୍ପାନୀ ଏହାର କର୍ପୋରେଟ୍ ଗଠନକୁ ପରିବର୍ତନ କରିବ ନାହିଁ । କମ୍ପାନୀର ଅଗମେଂଟେଡ୍ ରିଅଲିଟି କନଫରେନ୍ସକୁ ସମ୍ବୋଧିତ କରି ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ନୂତନ ନାମ “ମେଟାଭର” ନିର୍ମାଣ ଉପରେ ଧ୍ୟାନ ଦେବ ।


Leave A Reply

Your email address will not be published.