ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି : ଖୁବଶୀଘ୍ର ଲଘୁଚାପ ରୂପ ନେଇ ଛେଚିବ

0
  • ଭୁବନେଶ୍ଵର,//TATKAL ODHISHA//


 ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇ ସାରିଛି I ତାହା ସମୂଦ୍ର ପତନରୁ ୧.୫ କିମି ଯାଏ ବାୟୁ ମଣ୍ଡଳରେ ସକ୍ରିୟ ରହିଵା ସହ ଅଧିକ ଘଟିଭୂତ ହେବାରେ ଲାଗିଛି I  ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ  ଲଗାଣ ବର୍ଷା ହେବ ବୋଲି ଆକଳନ କରାଯାଇଛି I  

  ଲଘୁଚାପଟି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆନ୍ଧ୍ର-ତେଲେଙ୍ଗାନା ଉପକୂଳ ମୁହାଁ ହେବ। ଏହା ଗତିଶୀଳ ହେବା ପରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା ହେବ I  ମାଲକାନାଗିରି ବ୍ୟତୀତ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ଵର ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।


ସେହିପରି ୨୯ ତାରିଖ ଅର୍ଥାତ ଶୁକ୍ରବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । 

ଆସନ୍ତା ୩୦  ଶନିବାର ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବର୍ଷା ହେବ I  ୩୧ ତାରିଖ ଦକ୍ଷିଣ ଓଡ଼ିଶା ଉପକୂଳର ୩ ଜିଲ୍ଲା-ମାଲକାନାଗିରି, କୋରାପୁଟ ଓ ରାୟଗଡ଼ାରେ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ପ୍ରକାଶ ପାଇଛି ।

  • ଦେଖନ୍ତୁ TATKAL ODHISHAର ପୂର୍ଵ ରିପୋର୍ଟ

ପୁଣି ଏକ ଲଘୁଚାପ : 29ରୁ ଲଗାଣ ବର୍ଷା

ପୁଣି ଏକ ଲଘୁଚାପ : 29ରୁ ଲଗାଣ ବର୍ଷା

Leave A Reply

Your email address will not be published.