ପୁଣି ଏକ ଲଘୁଚାପ : 29ରୁ ଲଗାଣ ବର୍ଷା

0
  • ଆମେରିକା ପାଣିପାଗ ସଂସ୍ଥାର ପୂର୍ବାନୁମାନ
  • ଦକ୍ଷିଣ ଓଡ଼ିଶା ସହ ତେଲେଙ୍ଗାନା, ଆନ୍ଧ୍ରରେ ଘାଣ୍ଟିବ 
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODHISHA//ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁଦର ଏଇ  ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ରୁ ନଭେମ୍ବର ୪ ଯାଏଁ ରାଜ୍ୟକୁ ଲଗାଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି I 
       
  • ରିପୋର୍ଟ ମୁତାବକ ଦିନେ ଦୁଇ ଦିନରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ବାତ୍ୟା ରୂପ ନେବା ସମ୍ଭାବନା କମ୍  I ଲଘୁଚାପ ପରେ ଅଧିକ କେନ୍ଦ୍ରୀଭୂତ ହେବା ସହ ମିଆଁମାର, ଭିଏତ୍‌ନାମ ଆଡ଼କୁ ମୁହାଁଇବ। ପରବର୍ତ୍ତୀ ସମୟରେ ଏହାର ଏକ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରିବ, ଯାହାକି ୨୯ ତାରିଖ ବେଳକୁ କ୍ରମଶଃ ଘନିଭୂତ ହୋଇ ଏକ ଲଘୁଚାପର ରୂପ ନେବ I ଏଥି ଯୋଗୁଁ ବର୍ଷା ଲାଗି ରହିବ I 
  • ଲଘୁଚାପଟି ଦକ୍ଷିଣ ଆଡ଼କୁ ଗତି କରିବା ନେଇ ପାଣିପାଗ ବିଜ୍ଞାନୀମାନେ ପ୍ରଥମିକ ଆକଳନ କରିଛନ୍ତି। ଯଦି ଏହା ଦକ୍ଷିଣ ଆଡ଼କୁ ଗତି କରେ ତେବେ ଏହାର ବିଶେଷ ପ୍ରଭାବ ଦକ୍ଷିଣ ଓଡ଼ିଶା ସହ ତେଲେଙ୍ଗାନା ଓ ଆନ୍ଧ୍ର ଉପରେ ରହିବ।୨୯ରୁ ୪ ତାରିଖ ଯାଏଁ ରାଜ୍ୟକୁ ଲଗାଣ ବର୍ଷ ସମ୍ଭାବନା ଥିବା ବିଭିନ୍ନ ପାଣିପାଗ ମଡେଲରୁ ମଧ୍ୟ ଜଣାପଡ଼ିଛି I
  • ମୌସୁମୀର ପ୍ରତ୍ୟାବର୍ତ୍ତନ
  • ଦକ୍ଷିଣ -ପଶ୍ଚିମ ମୌସୁମୀ ୪୮ ଘଣ୍ଟାରେ ଓଡ଼ିଶାରୁ ସଂପୂର୍ଣ୍ଣ ବିଦାୟ । ଏବେସୁଦ୍ଧା ପ୍ରାୟତଃ ୨୦ ଜିଲ୍ଲାରୁ ମୌସୁମୀ ବିଦାୟ ନେଇସାରିଥିବାବେଳେ ବାକି ୧୦ ଜିଲ୍ଲାରୁ ବିଦାୟ ନେବ I ଫଳରେ  ଆସନ୍ତା ୨୯ରୁ  ରାଜ୍ୟରେ ପାଗ ଶୁଖିଲା ରହିବ 

Leave A Reply

Your email address will not be published.